ଦେଶବାସୀ ସୁରକ୍ଷିତ ହୋଇ ରହିବା ପାଇଁ ସୀମାରେ ସଦା ଜାଗ୍ରତ ଭାରତୀୟ ସେନା। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ରେ ସମୁଦ୍ର ପତନର ୨୦,୦୦୦ ଫୁଟ୍ ଉଚ୍ଚରେ ମାଇନସ୍ ୩୦ ଡିଗ୍ରି ତାପମାତ୍ରାରେ ଦେଶକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ସୁରକ୍ଷା ପ୍ରଦାନ କରୁଛି ଭାରତୀୟ ସେନା । ସେଠାରେ ନିଶ୍ୱାସ ନେବା ପାଇଁ ଉପଯୁକ୍ତ ପରିମାଣର ଅମ୍ଳଜାନ ମିଳିନଥିବା ବେଳେ ବହୁ କଷ୍ଟର ସହ ଜୀବନ ବିତାଇଥାନ୍ତି ସିଆଚେନ୍ରେ ସେନା କର୍ମଚାରୀ । ବରଫ ଘେରରେ ବହୁତ କମ ତାପମାତ୍ରାରେ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ସେନାଧିକାରୀଙ୍କ ପାଇଁ ଅମ୍ଲଜାନ ସିଲିଣ୍ଡର ସୁବିଧା ଯୋଗାଇବା ପାଇଁ ପୁନେରେ ରହୁଥିବା ଏକ ଦମ୍ପତି ଗହଣା ବିକ୍ରି କରି ୧.୨୫ ଲକ୍ଷ ଟଙ୍କା ଦେଇଛନ୍ତି ।
/sambad/media/post_attachments/wp-content/uploads/2018/06/download-47-300x166.jpg)
ପୁନେରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସୁମେଧା ଏବଂ ଇଛାକୃତ ଭାବେ ବାୟୁସେନାରୁ ଅବସରପ୍ରାପ୍ତ ଯୋଗେଶ ସିଆଚେନ୍ରେ କାର୍ଯ୍ୟରତ ସେନାଧିକାରୀଙ୍କ ପାଇଁ ଅମ୍ଲଜାନ ସିଲିଣ୍ଡର ନିର୍ମାଣ ପାଇଁ ୧.୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେନାକୁ ଆବଶ୍ୟକ ପରିମାଣର ଅମ୍ଲଜାନ ଯୋଗାଇବା ପାଇଁ ୧୩,୦୦୦ ଫୁଟ୍ ଉଚ୍ଚରେ ପ୍ରସ୍ତୁତ କରାଯାଇଥିବା ଅମ୍ଲଜାନ ସିଲିଣ୍ଡର ପ୍ଲାଣ୍ଟରେ ସେହି ଟଙ୍କାରେ ଅମ୍ଲଜାନ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି। ଏପରି କରିବା ଦ୍ୱାରା ସୁମେଧା ଏବଂ ଯୋଗେଶ୍ ଦେଶରେ ଉଦାହରଣ ସୃଷ୍ଟି କରିବା ସହ ଦେଶବାସୀଙ୍କ ମନରେ ସେନାଧିକାରୀଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହ ଜାତ କରିଛନ୍ତି । ସେନାକୁ ଅମ୍ଲଜାନ ଯୋଗାଇବା ପାଇଁ ପ୍ରସ୍ତୁତ ଏହି ସିଲିଣ୍ଡର ପାଇଁ ମୋଟ ୧,୧୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଦ୍ୱାରା ମୋଟ ୯ ହଜାର ସେନା କର୍ମଚାରୀ ଉପକୃତ ହୋଇପାରିବେ । ଦମ୍ପତିଙ୍କ ସହାୟତା ଟଙ୍କା କମ୍ ହୋଇଥିଲେ ମଧ୍ୟ ସେମାନେ ଦେଶବାସୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
/sambad/media/post_attachments/wp-content/uploads/2018/06/siachen-rescue-759-300x167.jpg)
ସୁମେଧା ତାଙ୍କର ଏହି ପଦକ୍ଷେପ ବିଷୟରେ କହିଛନ୍ତି , ମୁଁ ସେନାର ସହାୟତା ପାଇଁ ୧୯୯୯ରୁ କାମ କରିଆସୁଛି। ମୁଁ ଯେତେବେଳେ ସିଆଚେନ୍ର ସେନା କ୍ୟାମ୍ପକୁ ଯାଇଥିଲି, ଅନୁଭବ କଲି ସେଠାରେ ରହିବା କେତେ କଷ୍ଟକର । ସେଠାରେ ଗ୍ରୀଷ୍ମଋତୁରେ ମଧ୍ୟ –୩୫ ଡିଗ୍ରି ତାପମାତ୍ରା ରହିଥାଏ । ଆମ ସେନା ବରଫ ଘେରରେ ରହି ଦେଶର ସୁରକ୍ଷା କରୁଛନ୍ତି । ଆମେ ଆରାମରେ ଘରେ ଶୋଇବା ପାଇଁ ୨୨,୦୦୦ ଫୁଟଉଚ୍ଚ ବରଫ ମଧ୍ୟରେ ଦେଶର ଶତ୍ରୁ ମାନଙ୍କ ସାମ୍ନା କରୁଛନ୍ତି ସେନାଧିକାରୀ । ଏଣୁ ମୁଁ ଏକ ଟ୍ରଷ୍ଟ ଆରମ୍ଭ କରି ସେନାଧିକାରୀଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଏଥି ସହ ଯେଗେଶ୍ କହିଛନ୍ତି ଯଦି ଭାରତରେ ପ୍ରତି ପରିବାର ମାତ୍ର ଏକ ଟଙ୍କା ଭାରତୀୟ ସେନାକୁ ଦିଅନ୍ତେ ତେବେ ତାହା ସେନା କର୍ମଚାରୀଙ୍କ ଅମ୍ଲଜାନ ଯୋଗାଣ ପାଇଁ ବହୁ ଉପଯୋଗୀ ହୁଅନ୍ତା ।