ଚାକିରି ଛାଡ଼ି ଏହି ଡାକ୍ତର ଏଥିପାଇଁ ହେଲେ ପରିବାର ବ୍ୟବସାୟୀ

ପୁଣେରେ ବସବାସ କରୁଥିବା ଡାକ୍ତରରୁ ପରିବା ବିକାଳି ପାଲଟିଥିବା ଦ୍ୱାରକାନାଥ ଖାରଦେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଗତ ୧୦ବର୍ଷ ହେବ ସେ ଜୈବିକସାରଯୁକ୍ତ ପରିବା ଚାଷ କରି ଗୁଣବତ୍ତା ସଂପନ୍ନ ପରିବା ଓ ଫଳ ବ୍ୟବସାୟ କରୁଛନ୍ତି। ଏହି ବ୍ୟବସାୟ କରି ସେ ବେଶ୍‌ ଖୁସି ମଧ୍ୟ ଅଛନ୍ତି।

ଏକ ସାକ୍ଷାତକାରର ଡାକ୍ତର ଦ୍ୱାରକାନାଥ ଖାରଦେ କହିଥିଲେ, ଜଣେ ଡାକ୍ତର ଭାବେ ମଣିଷର ଶରୀରରେ ଖାଦ୍ୟର ଭୂମିକା କେତେ ରହିଛି ତାହା ମୁଁ ଜାଣେ। ଆଜିକା ସମୟରେ ଆଧିକାଂଶ ଲୋକ ରାସାୟନିକ ଓ ହାଇବ୍ରିଡ୍‌ ସାରଯୁକ୍ତ ଖାଦ୍ୟ ଖାଉଛନ୍ତି। ଯାହା ଆମ ଶରୀର ପକ୍ଷେ ଅସ୍ୱାସ୍ଥ୍ୟକର। ତେଣୁ ସ୍ୱାସ୍ଥ୍ୟକର ଖାଦ୍ୟ ଆମ ଶରୀରପକ୍ଷେ ନିହାତି ଆବଶ୍ୟକ। ତେବେ ଉପଲବ୍ଧ ଥିବା ଅରଗାନିକ୍‌ ଷ୍ଟୋରରେ ପରିବାକୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି। ଯାହାକୁ କେବଳ ଉଚ୍ଚବର୍ଗର ଲୋକମାନେ କିଣି ଥାଆନ୍ତି।

ତେଣୁ ଖାରଦେ ପରିବା ଜଣେ ବିକାଳି ସାଜି ଲୋକମାନଙ୍କୁୁ ଜୈବିକ ସାରଯୁକ୍ତ ଫସଲ ପ୍ରସ୍ତୁତ କରି ଉଚିତ ବଜାର ମୂଲ୍ୟରେ ବିକ୍ରି କରି ଥାଆନ୍ତି। ସମୟସମୟରେ ଏହାକୁ ଶସ୍ତାରେ ମଧ୍ୟ ଦେଇଥାଆନ୍ତି।

ତେବେ ଡାକ୍ତର ଦ୍ୱାରକାନାଥ ଖାରଦେଙ୍କ ମନରେ ୨୦୦୮ରେ ନାସିକଗସ୍ତ ସମୟରେ ଗୁଣବତ୍ତା ସଂପନ୍ନ ପରିବା ବିକ୍ରି କରିବାର ବିଚାର ଆସିଥିଲା। ସେ ଏକ ପ୍ରଦର୍ଶନୀରେ ଜଣେ ଅବସରପ୍ରାପ୍ତ ନ୍ୟୁଟ୍ରୋପାଥଙ୍କୁ ଭେଟିଥିଲେ। ଯିଏକି ଉଚ୍ଚଗୁଣବତ୍ତା ଥିବା ଅଙ୍ଗର ଉତ୍ପାଦନ କରି ବିଦେଶକୁ ପଠାଉଥିଲେ। ବିଦେଶକୁ କାହିଁକି ଏହାକୁ ରପ୍ତାନୀ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଥିଲେ ଏଠାକର କୃଷକ ଏସବୁ ପ୍ରତି ଅଜ୍ଞ। ଏହାପରେ ଖାରେଦେ ଉଚିତ ଗୁଣବତ୍ତାର ପରିବାଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସମୟକ୍ରମେ ସେ ଜଣେ ପରିବା ବିକାଳି ହୋଇଯାଇ ଥିଲେ।

୧୦ବର୍ଷ ପରେ ସେ ପିମ୍ପରି ଚିଞ୍ଚଓ୍ଵାଡା ଅଞ୍ଚଳରେ ପହଞ୍ଚି ୫୦ଜଣ କୃଷକଙ୍କ ସହିତ କାମ କରିଥିଲେ। ଏହାପରେ ପିମ୍ପରି ଚିଞ୍ଚରଓ୍ଵାଡ ନଗର ନିଗମ (ପିସିଏମ୍‌ସି) ସହିତ ମିଶି ୭୦ଟି ସୋସୋଟିରେ ଗୁଣବତ୍ତା ପରିବାର ବିକ୍ରି କରିବାରେ ସଫଳ ହୋଇଥିଲେ। ଏହାପରେ ଖାରଦେ ସମସ୍ତଙ୍କ ପାଇଁ ଏକ ପ୍ରେରାଣା ପାଲଟି ଯାଇଥିଲେ।

ସମ୍ବନ୍ଧିତ ଖବର