ପ୍ରତିରୋପଣ ଅସ୍ତ୍ରପୋଚାର ପ‌ରେ ବଦଳିଗଲା ମହିଳାଙ୍କ ହାତର ରଙ୍ଗ, ‌ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ: ପୁଣେରେ ରହୁଥିବା ୨୧ବର୍ଷୀୟା ଶ୍ରେୟାଙ୍କ ଜୀବନ ଏବେ ସଂପୂର୍ଣ୍ଣ ଭାବେ ବଦଳିଯାଇଛି। ଏବେ ତାଙ୍କର ହାତ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଅସ୍ତ୍ରୋପଚାର ପରେ ତାଙ୍କ ଶରୀରରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଶ୍ରେୟାଙ୍କ ସହ ଶ୍ରେୟାଙ୍କ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଅସ୍ତ୍ରୋପଚାର ପରେ ଲାଗିଥିବା ହାତର ରଙ୍ଗ କଳାରୁ ଗୋରା ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ୨୦୧୬ରେ ଏକ ଦୁର୍ଘଟଣାର ଶିକାର ହେବା ପରେ ଶ୍ରେୟାଙ୍କୁୁ ନିଜର ଦୁଇ ହାତ ହରାଇବାକୁ ପଡ଼ିଥିଲା। ୨୦୧୭ରେ କେରଳରେ ରହୁଥିବା ଜଣେ ଯୁବକଙ୍କ ହାତ ଆସି ଶ୍ରେୟା ଶରୀର‌ରେ ଲଗାଯାଇଥିଲା। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ହାତ ଶ୍ରେୟାଙ୍କୁ ଦିଆଯାଇଥିଲେ ମଧ୍ୟ ହାତଟି ଶ୍ରେୟାଙ୍କ ଶରୀରର ରଙ୍ଗ ସହ ମିଶୁ ନଥିଲା। ଯୁବକଙ୍କ ରଙ୍ଗ କଳା ଥିବା ବେଳେ ଶ୍ରେୟାଙ୍କ ରଙ୍ଗ ସହ ହାତଟି ମେଳ ଖାଇ ନଥିଲା। କିନ୍ତୁ ଦିନ ବିତିବା ପରେ ଏବେ ଶ୍ରେୟାଙ୍କ ଶରୀରରେ ଲାଗିଥିବା ହାତର ରଙ୍ଗ ଗୋରା ପଡ଼ିଯାଇଥିବା ଜଣା ପଡ଼ିଛି। ଏଭଳି ପରିବର୍ତ୍ତନ ଦେଖି ଏବେ ଅସ୍ତ୍ରୋପଚାର କରିଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମ୍ସରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଭଳି ରଙ୍ଗ ପରିବର୍ତ୍ତନ କିଭଳି ହେଲା ସେ ନେଇ ଡାକ୍ତରୀ ଟିମ୍ ଗବେଷଣା କରିବା ଆରମ୍ଭ କରିଛନ୍ତି।

स्किन टोन में बदलाव का कोई रिकॉर्ड नहीं
oneindia.com

ତେବେ ଅସ୍ତ୍ରୋପଚାର ପରେ ତାଙ୍କର ହସ୍ତାକ୍ଷର ବଦଳି ନଥିବା ସହ ଏବେ ସେ ଠିକ୍ ଭାବରେ ଲେଖି ପାରୁଥିବା କହିଛନ୍ତି ଶ୍ରେୟା। ଶ୍ରେୟା ଏସିଆ ମହାଦେଶର ପ୍ରଥମ ଏମିତି ମହିଳା, ଯାହାଙ୍କ ଶରୀରରେ ଜଣେ ପୁରୁଷଙ୍କ ହାତକୁ ପ୍ରତିରୋପଣ କରାଯାଇଛି।

ସମ୍ବନ୍ଧିତ ଖବର