କରୋନାକୁ ହରାଇ ବଡ଼ ଭଉଣୀ ଫେରିବା ପରେ ଭାଇରାଲ୍‌ ହେଲା ସାନ ଭଉଣୀର ଜବରଦସ୍ତ ସ୍ବାଗତ ଭିିଡିଓ, ‘ଟାଇ ଟାଇ ଫିସ୍‌…’ଗୀତରେ ଦୁଲୁକିଲା ରାସ୍ତା

ପୁଣେ: କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିବା ଆଜିକାଲି ଏବ ବଡ଼ ସଫଳତା ପାଲଟି ଯାଇଛି। କରୋନକୁ ହରାଇ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଥିବାର ଆପଣ ଦେଖିଥିବେ ନିଶ୍ଚୟ। ନିକଟରେ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି, ଯେଉଁଥିରେ କି ଦୁଇ ଭଉଣୀଙ୍କ ଭିତରେ ଥିବା ଗଭୀର ଭଲପାଇବା ଦୃଶ୍ୟମାନ ହୋଇଛି।

ବଡ଼ ଭଉଣୀ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିବା ବାଟରେ ସାନ ଭଉଣୀର ନୃତ୍ୟ ପ୍ରଦର୍ଶନ ସହ ଭଉଣୀକୁ ସ୍ବାଗତ କରିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିିଛି।

‘ଚିଲର ପାର୍ଟି’ ସିନେମାର ‘ଟାଇ ଟାଇ ଫିସ୍‌…’ ଗୀତରେ ଯୁବତୀ ଜଣକ ମନଖୋଲା ନାଚ ନାଚୁଥିବାର ଭିିଡିଓ‌ରେ ସୁଟ୍‌ ହୋଇଛି। ସାନ ଭଉଣୀ ଜଣକ ନାଚି ନାଚି ବଡ଼ ଭଉଣୀକୁ ସ୍ବାଗତ କରିବା ସମୟରେ ବଡ଼ ଭଉଣୀ ମଧ୍ୟ ସାନ ଭଉଣୀ ସହ ମିଶି ରାସ୍ତା ମଝିରେ ନାଚିବା ଆରମ୍ଭ ‌କରି ଦେଉଛନ୍ତି।

ବିନ୍ଦାସ୍‌ ଅନ୍ଦାଜରେ ନାଚୁଥିବା ଏହି ଯୁବତୀ ଜଣକ ହେଉଛନ୍ତି ସଲୋନୀ। ନିକଟରେ ସଲୋନୀଙ୍କୁ ଛାଡ଼ିଲେ ତାଙ୍କ ପୂରା ପରିବାର କରୋନା ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସଲୋନୀଙ୍କ ବାପା କରୋନା ପଜିଟିଭ୍ ଚିହ୍ନଟ ହୋଇ ହସ୍ପିଟାଲ୍‌ ଯିବା ପରେ ପରେ ଅନ୍ୟମାନେ ବି କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା।

ତାଙ୍କ ପରିବାରର ୪ ଜଣ ସଦସ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ସଲୋନି ଏକା ଘରେ ଥିଲେ। ନିଜ ଭଉଣୀକୁ ସୁସ୍ଥ ହୋଇ ଘରକୁ ଫେରିବାର ଦେଖିବା ପରେ ସଲୋନୀଙ୍କ ଜବରଦସ୍ତ ନୃତ୍ୟ ଏବେ ଟ୍ବିଟର୍‌ରେ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର