ପୁଣେ: କରୋନା ଭାଇରସ୍‌ ପାଇଁ ଫେସ୍‌ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇ ଯାଇଛି। ମୁହଁକୁ ଘୋଡ଼ାଇବା ପାଇଁ ଲୋକେ ରୁମାଲ୍‌ରୁ ନେଇ ଷ୍ଟଲ୍‌, ଓଢ଼ଣି ଓ ଗାମୁଛା ଆଦି ବିଭିନ୍ନ ପ୍ରକାରର କପଡ଼ା ବ୍ୟବହାର କରୁଥିବା ବେଳେ ସୁନାର ଫେସ୍‌ମାସ୍କ ତିଆରି କରି ଏବେ ଚର୍ଚ୍ଚା ପାଲଟିଛନ୍ତି ପୁଣେର ଜଣେ ବ୍ୟକ୍ତି।

Advertisment

ବ୍ୟକ୍ତି ଜଣକ ୨.୮୯ ଲକ୍ଷ ଟଙ୍କା ବ୍ୟୟରେ ସୁନାର ମାସ୍କ ତିଆରି କରି ପିନ୍ଧିଥିବାର ଦେଖିବାକୁ ମିଳିଛି। ପୁଣେସ୍ଥିତ ପିମ୍ପରି-ଚିଞ୍ଚୱାଡ୍‌ ଅଞ୍ଚଳର ଏହି ବ୍ୟକ୍ତିଙ୍କ ନାମ ଶଙ୍କର। ଶଙ୍କର କୁରାଡେ ନିଜ ପାଇଁ ନିଜେ ଏହି ସୁନାର ମାସ୍କ ତିଆରି କରି ଚର୍ଚ୍ଚା ପାଲଟିଛନ୍ତି।

ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ନିଜ  ଟ୍ବିଟର୍‌ରେ ଶଙ୍କରଙ୍କର ମାସ୍କ ପିନ୍ଧିଥିବାର ଅନେକଗୁଡ଼ିଏ ଫଟୋ ସେୟାର୍‌ କରିଛି। ମାସ୍କଟି ଅତି ପତଳା ଓ ସେଥିରେ ଗୋଟାଏ କଣା ଅଛି। ତେଣୁ ନିଶ୍ବାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ତେବେ, ଏହି ମ‌ାସ୍କ ବାସ୍ତବରେ କରୋନାରୁ ସୁରକ୍ଷା ଦେବ କି ନାହିଁ ତାହାକୁ ନେଇ ସେ ନିଶ୍ଚିତ ନୁହଁନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟ ୬ ଲକ୍ଷ ଟପିଲାଣି। ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୧୮ ହଜାର ଛୁଇଁଲାଣି।