୧୮ମାସ ପୁଅର ମୁଣ୍ଡକୁ ଧରି ଟାଣି ନେଉଥିଲା ଚିତାବାଘ, ଜୀବନକୁ ଖାତିର ନ କରି ଖାଲି ହାତରେ ବାଘ ସହ ଲଢ଼େଇ କଲା ମା’

ପୁଣେ : ନିଜ ପିଲାମାନଙ୍କ ପାଇଁ ଗୋଟେ ମା’ କିଛି ବି କରିପାରେ । ତାହା ପ୍ରମାଣ କରି ଦେଖାଇଛନ୍ତି ପୁଣେର ଜଣେ ବାସିନ୍ଦା । ଘର ବାହାରେ ଶୋଇଥିବା ବେଳେ ଚିତାବଘ ଆସି ୧୮ମାସର ଶିଶୁପୁତ୍ରକୁ ଆକ୍ରମଣ କରିଥିଲା । ତା’ର ମୁଣ୍ଡ ଧରି ଟାଣି ଟାଣି ନେଇ ଯାଉଥିବା ବେଳେ ପାଖରେ ଶୋଇଥିବା ମା’ ବାଘ ସହ ଲଢ଼େଇ କରିବା ପାଇଁ ଆଗକୁ ଆସିଥିଲେ । ପାଖରେ ଆକ୍ରମଣ କରିବାକୁ କିଛି ନଥିବାରୁ ମହିଳାଜଣଙ୍କ ଖାଲି ହାତରେ ଚିତାବାଘ ସହ ଲଢ଼େଇ କରି ନିଜ ପୁଅକୁ ବଞ୍ଚାଇବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Choose physio

ସୂଚନା ମୁତାବକ, ଘଟଣାଟି ପିମ୍ପରୀ ଚିଞ୍ଚଓ୍ଵାଡାର ଜୁନାର ତାଲୁକାରେ ଘଟିଥିଲା । ସ୍ୱାମୀ-ସ୍ତ୍ରୀ ଘର ବାହାରେ ନିଜର ୧୮ମାସର ଶିଶୁ ସହ ଶୋଇଥିବା ବେଳେ ଚିତାବାଘ ଆକ୍ରମଣ କରିଥିଲା । ଚିତାବାଘ ଶିଶୁଟିର ମୁଣ୍ଡକୁ ଧରି ଘୋଷାଡ଼ି ନେଉଥିବା ବେଳେ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପାଖରେ ଶୋଇଥିବା ଶିଶୁର ମା’ । କିଛି ନ ପାଇ ମହିଳା ନିଜ ହାତରେ ଚିତାବାଘ ମୁଣ୍ଡକୁ ପିଟିବା ଆରମ୍ଭ କରି ଦେଇଥିଲେ । ଏହା ଦେଖି ଚିତାବାଘ ଶିଶୁଟିକୁ ଛାଡ଼ି ମହିଳାଙ୍କ ହାତ କାମୁଡ଼ି ଦେଇଥିଲା । ଏହା ପରେ ମହିଳାଜଣଙ୍କ ପାଟି କରିବାରୁ ଗାଁ ଲୋକ ଆସି ଯାଇଥିଲେ । ଏତେ ଲୋକଙ୍କୁ ଦେଖି ଚିତାବାଘଟି ସେଠାରୁ ଚାଲି ଯାଇଥିଲା । ଏହି ଘଟଣା ପରେ ଉଭୟ ମା’ ଏବଂ ଶିଶୁର ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର