ବେଙ୍ଗାଲୁରୁ: ଅଧାରେ ରହିଗଲା ସ୍ବପ୍ନ। ନିଜ ପସନ୍ଦର ଅଭିନେତାଙ୍କୁ ଭେଟିବା ପାଇଁ ଚାହୁଁଥିଲେ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାର। ହେଲେ ନିିଜର ଏହି ସ୍ବପ୍ନ ପୂରଣ କରିବା ପୂର୍ବରୁୁ ହିଁ ନିଶ୍ବାସ ତାଙ୍କ ଶରୀର ଛାଡ଼ିଦେଲା। ଗତକାଲି କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କର ହୃଦ୍ଘାତରେ ପରଲୋକ ଘଟିଥିଲା। ୪୬ ବର୍ଷୀୟ ପୁନିତ ଶୁକ୍ରବାର ସକାଳେ ତାଙ୍କ ଜିମ୍ରେ କସରତ କରୁଥିବା ସମୟରେ ହଠାତ୍ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲ୍ ନିଆଯାଇଥିବା ବେଳେ ଆଇସିୟୁରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କର ଥିବା ଇଚ୍ଛା ବିିଷୟରେ ଜଣାଇଛନ୍ତିି ଅଭିନେତା ଦାନିଶ।
ଦାନିଶଙ୍କ ଅନୁଯାୟୀ, ଯେତେବେଳେ ଆମାଜନ ପ୍ରାଇମ ଭିଡିଓ ଟିମ ତାଙ୍କ ପାଖକୁ ଆସିଛି ତାଙ୍କୁ ପଚାରିଥିଲେ, "ଅପ୍ପୁ, ତୁମେ କାହା ସହିତ ଫିଲ୍ମ କରିବାକୁୁ କାହିଁକିି ଚାହୁଁନାହଁ? ତୁମେ କାହିଁକି ଚୁପଚାପ୍ ଏକ କୋଣରେ ଠିଆ ହୋଇଛ? ତୁମେ ସେହି ଅଭିନେତାଙ୍କ ନାଁ କୁହ ଏବଂ ଆମେ ତାଙ୍କୁ ତୁମ ସହ କାମ କରିବା ନେଇ ପ୍ରସ୍ତାବ ଦେବୁ। ଏହାର ଉତ୍ତରରେ ପୁନିତ କହିଥିଲେ ଯେ, ସତରେ? ମୁଁ କେବଳ ପଙ୍କଜ ତ୍ରିପାଠୀଙ୍କୁ ଭେଟିବାକୁ ଚାହୁଁଛି।
/sambad/media/post_attachments/wp-content/uploads/2021/10/t-265.jpg)
ଉଲ୍ଲେଖଯୋଗ୍ୟ, ପୁନିତ ରାଜକୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଭାବେ ‘ପାୱାର ଷ୍ଟାର୍’ ନାମରେ ଜଣାଶୁଣା। ଲୋକେ ଶ୍ରଦ୍ଧାରେ ତାଙ୍କୁ ‘ଅପ୍ପୁ’ ଡାକନ୍ତି। ପିଲାଟି ଦିନରୁ ସେ ସିଲଭର ସ୍କ୍ରିନ୍ ସହ ଜଡ଼ିତ। ୬ ମାସର ଶିଶୁ ବେଳୁ ସେ ‘ପ୍ରେମଦା କାନିକେ’ ଫିଲ୍ମରେ ଅଭିନୟ କରିଥିଲେ। ଶିଶୁ କଳାକାର ଭାବେ ପ୍ରାୟ ୧୪ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଧିକାଂଶ ଫିଲ୍ମ ନିଜ ବାପାଙ୍କ ସହ କହିଛନ୍ତି। ଶୀର୍ଷ ଶିଶୁ କଳାକାର ଭାବେ ସେ ୧୯୮୫ରେ ଜାତୀୟ ପୁରସ୍କାର ପାଇଥିଲେ। ଜଣେ ଶିଶୁ କଳାକାର ଭାବେ ସେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ୨୦୦୨ରେ ‘ଅପ୍ପୁ’ ଫିଲ୍ମ ମାଧ୍ୟମରେ କନ୍ନଡ଼ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ପୁନିତ ଉକ୍ତ ଫିଲ୍ମରେ ଜଣେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ସୁପର୍ ହିଟ୍ ହୋଇଥିଲା। ଏହାପରେ ଫ୍ୟାନ୍ମାନେ ତାଙ୍କୁ ଶ୍ରଦ୍ଧାରେ ‘ଅପ୍ପୁ’ ଡାକିଲେ।