ମାଣ୍ଡିଆ ଆମ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ। ଏଥିରେ ପ୍ରୋଟିନ୍, ଫାଇଭର୍, କ୍ୟାଲ୍ସିୟମ୍ ଭରିହୋଇ ରହିଛି। ରଜ ଶେଷ ଦିନରେ ଆସନ୍ତୁ ମାଣ୍ଡିଆ ଚୂନାରେ ବନେଇବା ସୁଆଦିଆ କାକରା ପିଠା। ଏଥିପାଇଁ ଦୁଇକପ୍ ମାଣ୍ଡିଆ ଚୂନା, ଅଧାକପ୍ ଅଟା/ମଇଦା ନେବା। ବାଇଣ୍ଡିଂ ପାଇଁ ଉଭୟ ଅଟାକୁ ଭଲଭାବରେ ମିଶାଇ ଦିଅନ୍ତୁ। ଏଥର ପୁର ତିଆରି ପାଇଁ କେରଇେର ଗୋଟେ ଚାମଚ ଗୁଆଘିଅ ଦିଅନ୍ତୁ। ଗରମ ହେଲେ ସେଥିରେ ଗୋଟେ କପ୍ ପାଣି ନିଗିଡ଼ା ଛେନା ଦିଅନ୍ତୁ। ଟିକେ ଭାଜି ହେଲେ ଦେଢ଼କପ୍ ନଡ଼ିଆ କୋରା ଦିଅନ୍ତୁ। ନଡ଼ିଆ କୋରା ଭାଜି ହୋଇ ଆସିଲେ ସେଥିରେ ଭୋଟେ କପ୍ ଚିନି/ଗୁଡ଼, ଗୋଟେ ଚାମଚ ଗୋଲମରିଚ ଓ ଚାରିଟି ଗୁଜୁରାତିକୁ ଗୁଣ୍ଡ କରି ମିଶେଇ ପୁର ପାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ। ଏଥରେ ଗୋଟେ ବଡ଼ କରେଇ (ନନ୍ଷ୍ଟିକ୍ ହେଲେ ଭଲ) ନେଇ ସେଥିରେ ୪ କପ୍ ପାଣି ଗରମ କରନ୍ତୁ। ପାଣିରେ ଦୁଇଟି ତେଜପତ୍ର, ଗୋଟେ ଚାମଚ ଲୁଣ, ଦୁଇ/ତିନି ଚାମଚ ଚିନି, ଗୋଟେ ଚାମଚ ପାନମହୁରୀ, ଗୋଟେ ବଡ଼ ଚାମଚ ଗୁଅାଘିଅ ଦେଇ ପାଣି ଫୁଟିଲେ ଗ୍ୟାସକୁ ପୁରା କମେଇ ଦେଇ ମାଣ୍ଡିଆ ଚୂନାକୁ ଧୀରେ ଧୀରେ ଗୋଳାନ୍ତୁ, ଯେମିତି ଗୋଟା ନ ରହେ। ପୂରା ଯନ୍ତି ହୋଇ ମିଶ୍ରଣଟି ଶୁଖିଲା ହୋଇ ଆସିଲେ ତାକୁ ଘୋଡ଼େଇ ଦେଇ ଗ୍ୟାସ୍ ବନ୍ଦ କରନ୍ତୁ। ଗୋଟେ ଥାଳି ବା କଦଳୀପତ୍ର ଉପରେ ଘିଅ ମାରି ଦୁଇ/ଚାରି ମିନିଟ୍ ପରେ ଯନ୍ତଣିକୁ ଢାଳନ୍ତୁ। ହାତ ସହିଲା ପରି ଥଣ୍ଡା ହେଲେ ଆଉଟିକେ ଚକଟି ଦେଇ ପାଣି ହାତ ହୋଇ ଛୋଟ ଛୋଟ ଗୁଳା କରି କାକରା ପିଠା ଗଢ଼ି ତା’ ଭିତରେ ପୁର ଦିଅନ୍ତୁ ଏବଂ ଟିକେ ଚଟକା କରି ସବୁତକ ପିଠା ଗଢ଼ି ଗରମ ତେଲ/ଘିଅରେ କାକରାତକ ଛାଣନ୍ତୁ।
ପୁରଦିଆ ମାଣ୍ଡିଆ କାକରା
/sambad/media/post_attachments/wp-content/uploads/2024/06/shshffhsfh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)