ଶ୍ରୀକୃଷ୍ଣଙ୍କ ପୂର୍ବରୁ ରୁକ୍ମୁଣୀଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲା ପୁତନା; ଏମିତି ଘଟିଥିଲା ତା’ ସହ

ଭଗବାନ ଶ୍ରୀକୃଷ୍ଣ ଓ ରାକ୍ଷସୀ ପୁତନା ବିଷୟରେ ତ ଆପଣ ସମେସ୍ତ ଜାଣିଥିବେ ନିଶ୍ଚୟ। କୃଷ୍ଣଙ୍କୁ ମାରିବା ପାଇଁ କଂସ ପୁତନାକୁ ଗୋପପୁର ପଠାଇଥିଲେ। ସ୍ତନରେ ବିଷ ଲଗାଇ ପୁତନା ଆସି ଗୋପପୁରରେ ପହଞ୍ଚି କୃଷ୍ଣଙ୍କୁ ଟେକି ନେଇଥିବା ଏକ ନିକାଞ୍ଚନ ଅଞ୍ଚଳକୁ। ସେଠାରେ ଦୁଗ୍ଧ ପାନ କରାଇବା ବାହାନାରେ କୃଷ୍ଣଙ୍କ ପାଟିରେ ବିଷ ଦେବାର ଯୋଜନା କରିଥିଲା। ମାତ୍ର ମାୟାବୀ କୃଷ୍ଣ ନିଜ ମାୟା ବଳରେ କୁନି ବେଳରୁ ହିଁ ପୃଥିବୀ ପୃଷ୍ଠରେ ନିଜର ପରାକାଷ୍ଠା ଦେଖାଇଥିଲେ। ଦୁଗ୍ଧ ପାନ କରିବା ବାହାନାରେ ଭଗବାନ ଶ୍ରୀକୃଷ୍ଣ ରାକ୍ଷସୀ ପୁତନା ଶରୀରରୁ ସବୁତକ ରକ୍ତ ପିଇ ଦେଇ ତା’ର ବଧ କରିଥିଲେ।

ଆପଣ ଜାଣନ୍ତି କି? କୃଷ୍ଣଙ୍କ ପୂର୍ବରୁ ପୁତନା ରୁକ୍ମୁଣୀଙ୍କୁ ବି ମାରିବାକୁ ଚେଷ୍ଟା କରିଥିଲା। ତା ପାଖରେ ଖବର ଥିଲା ଯେ ରୁକ୍ମୁଣୀ ହେଉଛନ୍ତି ଦେବୀ ଲକ୍ଷ୍ମୀଙ୍କ ଅବତାର। ରୁକ୍ମୁଣୀକୁ ମାରିଦେଲେ କୃଷ୍ଣ ଶକ୍ତିହୀନ ହୋଇପଡ଼ିବେ। ଦେବୀ ରୁକ୍ମୁଣୀ ଜନ୍ମଲାଭ କରି ସାରିଥାନ୍ତି। ଦିନେ ପୁତନା ଗୁପ୍ତ ଭାବରେ ରୁକ୍ମୁଣୀ ଶୋଇଥିବା ଘରକୁ ପ୍ରବେଶ କଲା। କିଛି ସମୟ ପରେ ସେହି ଘରକୁ ଅଲଗା ଲୋକ ଆସିବାକୁ ସେ ରୁକ୍ମୁଣୀକୁ ଧରି ଆକାଶମାର୍ଗରେ ଉଡ଼ିଗଲା। ରୁକ୍ମୁଣୀ ନିଜକୁ ପୁତନା କବଳରୁ ବଞ୍ଚାଇବା ପାଇଁ ନିଜର ଓଜନ ବଢ଼ାଇବାରେ ଲାଗିଲେ। ତାଙ୍କ ଓଜନ ଭାର ସହି ନପାରି ଶେଷରେ ପୁତନା ରୁକ୍ମୁଣୀଙ୍କୁ ଛାଡ଼ି ଦେଲା। ରୁକ୍ମୁଣୀ ଆସି ଏକ ସରୋବରରେ ପଦ୍ମଫୁଲ ଉପରେ ବସି ପଡ଼ିଥିଲେ।

ସମ୍ବନ୍ଧିତ ଖବର