ନୂଆ ଓଡ଼ିଆ ଟିନ୍ଏଜ୍ ଲଭ୍ଷ୍ଟୋରି ‘ପଜଲ୍’ର ସୁଟିଂ ଶେଷ ହୋଇଛି। ଏହାର କାହାଣୀ ଜଣେ କଲେଜ ଛାତ୍ରଙ୍କ ପ୍ରେମ ସଂପର୍କ ଉପରେ ଆଧାରିତ। ଏସ୍.ବି ପ୍ରଡକସନ୍ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ଭଗବାନ ପତି ଓ ମନୋଜ କୁମାର ପତି। ନବାଗତ ସୁପ୍ରୀତ ଏହାର ନିର୍ଦ୍ଦେଶକ। ଏଥିରେ ପ୍ରେମ୍, ତନୁଶ୍ରୀ, ଚୌଧୁରୀ ବିକାଶ ଦାସ, ମିତା ଚକ୍ରବର୍ତ୍ତୀ, ରାଜଶ୍ରୀ, ଭୂପତି ତ୍ରିପାଠୀ ଓ ଶଶାଙ୍କ ଆକାଶ ପ୍ରମୁଖ ଅଭିନୟ କରିଛନ୍ତି। ଦେବବ୍ରତ ନାଥ ଏହାର ସିନେମାଟୋଗ୍ରାଫର୍। ଏଲିନା କାନୁନ୍ଗୋ ଏହାର ସଂଳାପ ରଚନା କରିଥିବା ବେଳେ ବିରଜା ପ୍ରସାଦ ‘ପଜଲ୍’ର ସଙ୍ଗୀତକାର। ଖୁବ୍ ଶୀଘ୍ର ସିନେମାର ପୋଷ୍ଟ ପ୍ରଡକସନ୍ କାମ ଆରମ୍ଭ ହେବ ଏବଂ ଏହାକୁ ଚଳିତ ବର୍ଷ ରିଲିଜ୍ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା।
ପଜଲ୍ର ସୁଟିଂ ଶେଷ
ନୂଆ ଓଡ଼ିଆ ଟିନ୍ଏଜ୍ ଲଭ୍ଷ୍ଟୋରି ‘ପଜଲ୍’ର ସୁଟିଂ ଶେଷ ହୋଇଛି। ଏହାର କାହାଣୀ ଜଣେ କଲେଜ ଛାତ୍ରଙ୍କ ପ୍ରେମ ସଂପର୍କ ଉପରେ ଆଧାରିତ। ଏସ୍.ବି ପ୍ରଡକସନ୍ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ଭଗବାନ ପତି ଓ ମନୋଜ କୁମାର ପତି।
/sambad/media/media_files/2025/10/04/fshhffhsxvb-2025-10-04-01-36-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)