କାନ୍ବେରା: ବର୍ଷା ହେଲା ସର୍ବଦା ଲୋକମାନେ ବର୍ଷା ମାଡରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରି ଥାଆନ୍ତି। ଏହି କ୍ରମରେ ପଶୁପକ୍ଷୀମାନେ ବି କୌଣସି ଘର କିମ୍ବା ଗଛ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ବେଙ୍ଗ ବର୍ଷା ମାଡରୁ ରକ୍ଷା ପାଇବା ପାଇଁ ଅଜଗର ସାପ ପିଠିରେ ଯାଇ ବସି ଯାଇଥିବା ଦେଖିବାକୁ ମିଳିଛି। ସାଧାରଣତଃ ବେଙ୍ଗକୁ ସାପ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଖାଦ୍ୟ ଓ ଖାଦକର ଏଭଳି ନିଆରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଭିଡିଓଟିରେ ଦେଖିବାକୁ ମିଳୁଛି, ଏକ ୧୧ଫୁଟର ଅଜଗର ସାପ ଉପରେ ୧୦ରୁ ୧୨ଟି ବେଙ୍ଗ ବସିଛନ୍ତି। ଏହି ଭିଡିଓକୁ କିସାନ୍ ପାଲ୍ ନାମକ ଜଣେ ବ୍ୟକ୍ତି ସେୟାର୍ କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆର କୁନୁକୁରାରେ ଝଡ଼ ହୋଇଥିଲା। ଏହା ପରେ ନିକଟସ୍ଥ କ୍ଷେତରୁ କିଛି ବେଙ୍ଗ ରାସ୍ତା ଉପରକୁ ଉଠି ଆସିଥିଲେ। ବନ୍ୟା ଯୋଗୁ ବେଙ୍ଗଗୁଡିକ ଅନ୍ୟ କେଉଁ ଆଡ଼େ ନ ଯାଇ ପାରି ସାପର ପିଠି ଉପରେ ବସି ପଡ଼ିଥିଲେ। ଏହି ଦୃଶ୍ୟ ଦେଖିବାକୁ ଯେତେ ମଜାଦାର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।
68mm just fell in the last hour at Kununurra. Flushed all the cane toads out of my brothers dam. Some of them took the easy way out - hitching a ride on the back of a 3.5m python. pic.twitter.com/P6mPc2cVS5
— Andrew Mock (@MrMeMock) December 30, 2018