ଘର ସାମ୍ନାରେ ଥିବା ସ୍କୁଟରକୁ ଧରି ଯିବା ପାଇ ବାହାରିବା ସମୟରେ ସେଥିରୁ ବାହାରିଲା ବିରାଟ ବଡ଼ ଅଜଗର, ତା’ପରେ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଏମିତି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ଷାଦିନେ ଚାରିଆଡେ ଜଳମଗ୍ନ ଥିବା ହେତୁ ସାପ ବାହାରିବାର ଅନେକ ଘଟଣା ସାମ୍ନାକୁ ଆସିଛି ଗତ ସପ୍ତାହରେ ୪ଫୁଟର ଝିଟିପିଟି ଦିଲ୍ଲୀରୁ ବାହାରି ଘଟଣା ଶୁଣିବାକୁ ମିଳିଥିଲା । ଦିଲ୍ଲୀରେ ଜଣଙ୍କ ଘର ପାଖରେ ଥିବା ଏକ ସ୍କୁଟର ଭିତରୁ ଅଜଗର ବାହାରିଛି। ଏହି ଦୃଶ୍ୟକୁ ଯିଏ ଦେଖିଥିଲା ତା’ର ଲୋକମୂଳ ଟାଙ୍କୁରି ଉଠିଥିଲା। ଆନିମଲ ଓ୍ଵାଲଫେୟାର ଏନ୍‌ଜିଓ ଓ୍ଵାଇଲ୍ଡଲାଇଫ୍‌ ଏସ୍‌ଓଏସ୍‌ ଅଜଗରକୁ ଧରି ନେଇଥିଲେ।

ଓ୍ଵାଇଲ୍ଡଲାଇଫ୍‌ ଏସ୍‌ଓଏସ୍‌ଙ୍କୁ କିରନ୍‌ କୁମାର କହିଥିଲେ, ମୁଁ ଯେତେବେଳେ ସ୍କୁଟର ଧରି ଯିବାକୁ ବାହାରୁଥିଲି, ସ୍କୁଟର ଉପରେ ଅଜଗର ଶୋଇ ରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି।  ମୁଁ ଯେଉଁଠାରେ ରୁହେ ତା’ର ଆଖପାଖରେ ଜଙ୍ଗଲ ରହିଛି। ଯେଉଁ କାରଣରୁ ଅନେକ ସମୟରେ ସାପ ବାହାରିବା ଦେଖିବାକୁ ମିଳିଥିଲା।

କିରନ୍‌ କୁମାର ଏହି ଅଜଗର ବିଷୟରେ ଖବର ଦେବା ପରେ ଏନ୍‌ଜିଓ ସଦସ୍ୟ ସାପକୁ ସ୍କୁଟରରୁ ବାହାର କରି ଦେଇଥିଲେ। ଏହା ପରେ ସାପଟିକୁ ଜଙ୍ଗଲରେ ନେଇ ଛାଡ଼ି ଦେଇଥିଲେ। ରକ ପାଇଥନ୍‌ ବିଷାଧର ନୁହେଁ, କିନ୍ତୁ ଏହାର ଚେଟରେ ମନୁଷ୍ୟକୁ କ୍ଷତାକ୍ତ କରି ଦେଇଥାଏ ବୋଲି ଆନିମଲ ଓ୍ଵାଲଫେୟାର ଏନ୍‌ଜିଓ ସଦସ୍ୟ କହିଛନ୍ତି। ଗତ ମାସରେ ଏନ୍‌ଜିଓ ୫ଫୁଟ ଲମ୍ବର ଅଜଗର ଓ ୩ଫୁଟ ଲମ୍ବର କୋବରାକୁ ଧରିଥିଲେ।

ସମ୍ବନ୍ଧିତ ଖବର