ନୂଆଦିଲ୍ଲୀ: ଖ୍ରୀଷ୍ଟମାସ୍ ପାଇଁ ଆଉ କିଛିଟା ଦିନ ବାକି ରହିଥିବା ବେଳେ ଲୋକମାନେ ଘର ସଜ୍ଜାଇବା ପାଇଁ ବିଭିିନ୍ନ ସାମଗ୍ରୀ କିଣାକିଣିରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଖ୍ରୀଷ୍ଟମାସ୍ ଗଛକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଲାଇଟ ସହିତ ସୁନ୍ଦର ସୁନ୍ଦର କଣ୍ଢେଇ ଓ ଚୁମୁକିମାନ ଏକାଠି କରୁଛନ୍ତି। ଏଭଳି ସମୟରେ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଜଣେ ମହିଳାଙ୍କ ସହିତ ଯେଉଁ ଘଟଣା ଘଟିଛି, ତାହା ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ।
OMG. Leanne Chapman emigrated to inner-city Brisbane from the UK and is about to have her first Christmas here. She’s got a (live) python in her tree, lucky her ... Really, this is not normal. Pics via @abcbrisbane and Leanne 🐍 pic.twitter.com/loEaPVbPPA
— Jen King (@JustJenKing) December 13, 2019
ଲିନ୍ ଚ୍ୟାପମ୍ୟାନ୍ ଓ ତାଙ୍କ ସ୍ୱାମୀ ଇଂଲଣ୍ଡ ବୁଲିବାକୁ ଯାଇଥିଲେ। ଯାତ୍ରା ଶେଷ ହେବା ପରେ ଦୁହେଁ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଘର ପାଖରେ ଥିବା ବାଲକୋନିର ଅବସ୍ଥା ଦେଖି ତାଙ୍କୁ କିଛି ଅସ୍ୱଭାବିକ ଅନୁଭବ ହୋଇଥିଲା। ସେ ବାଲକୋନିରେ କିଛି ପକ୍ଷୀମାନଙ୍କ ଜୋରଜୋର ଶବ୍ଦ କରୁଥିବା ବି ଶୁଣିବାକୁ ପାଇଥିଲେ। ଏହାପରେ ବାଲକୋନିର ଚାରିପାଖେ ବୁଲି ଦେଖିଲା ବେଳକୁ ସେଠାରେ ଥିବା ଖ୍ରୀଷ୍ଟମାସ୍ ଗଛରେ ସେ ବିରାଟ ବଡ଼ ଅଜଗର ଗୁଡାଇ ହୋଇ ଶୋଇ ରହିଥିଲା। ଏହାକୁ ଦେଖି ଦୁହେଁ ଭୟଭୀତ ହୋଇଯାଇଥିଲେ। ଏହି ଅଜଗରର ଲମ୍ବ ୧୦ଫୁଟ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଏହି ସାପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।