ଅଜଗର ଗିଳିଥିଲା ଜୋତା, ଏକ୍ସ-ରେ ରିପୋର୍ଟରେ ଦିଶିଲା ଚିହ୍ନ, ପ୍ରିୟ ଜୋତାକୁ ପାଇବା ପାଇଁ ଚିରାଗଲା ସାପ ପେଟ 

ଆପଣ କେବେ ସାପ ଜୋତା ଖାଇବା କଥା ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ। ନିକଟରେ ଏକ ଅଜଗରଟି ଜଣେ ବ୍ୟକ୍ତିଙ୍କର ଗୋଟାଏ ଜୋତାକୁ ଗିଳି ପକାଇଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। ଅସଲ କଥାଟି ହେଲା, ଚର୍ଚ୍ଚାର କାରଣ ସାପ ଜୋତା ଖାଇବା ଘଟଣା ନୁହେଁ। ବରଂ ସାପ ପେଟରୁ ନିଜ ପ୍ରିୟ ଜୋତା କାଢ଼ିବା ପାଇଁ ବ୍ୟକ୍ତି ଜଣକ କିପରି ଅଜଗରର ପେଟ କାଟିଛନ୍ତି ତାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ଗତ ମଙ୍ଗଳବାର ରାତ୍ରିରେ ନିଜ ଶୋଇବା ଖଟ ପାଖରେ ଜୋତା ଖୋଲିକରି ଶୋଇଲେ। ସକାଳୁ ତାଙ୍କ ଆଖି ଖୋଲିବା ମାତ୍ରେ ସେ ଗୋଟାଏ ପଟ ଜୋତା ପାଇଲେ ଏବଂ ଆରଟି ପାଇଲେ ନାହିଁ। ଶୁକ୍ରବାର ଦିନ ବ୍ୟକ୍ତି ଜଣକ ସ୍ନେକ୍‌ ହେଲ୍‌ପଲାଇନର ସହାୟତା ନେଇ ତାଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର କଲେ। ସାପଟିର ପେଟ ଦେଖି ବ୍ୟକ୍ତି ଜଣଙ୍କୁ ସନ୍ଦେହ ହେଲା। ସେ ଏକ୍ସ-ରେ କରିବାକୁ ନେଇଗଲେ। ଏକ୍ସ-ରେ କରିବାରୁ ଜାଣିବାକୁ ମିଳିଲା ଯେ ଜୋତାଟିକୁ ସାପ ଗିଳି ଦେଇଛି।

ଏ ସଂପର୍କରେ ସାପ ଧରାଳୀଙ୍କ ମତ ହେଲା, ହୁଏତ ଜୋତାଟିରେ ମୂଷା କିମ୍ବା କୌଣସି ନିଜ ଖାଇବା ପଦାର୍ଥ ଦେଖି ସାପଟି ଲୋଭରେ ଜୋତାକୁ ଗିଳିପକାଇଛି। ଏକ ଅଖାଦ୍ୟ ଖାଇ ହଜମ ନକରିପାରିବାରୁ ସେମିତି ତଳେ ପଡ଼ି ରହିଥିଲା।

ଜୋତାଟି ବ୍ୟକ୍ତିଙ୍କର ପ୍ରିୟ ଥିବାରୁ ସାପଟିକୁ ପେନ୍‌ କିଲର୍‌ ଦେଇ ଡାକ୍ତରମାନେ ତା’ ପେଟ କାଟିଥିଲେ। ପେଟ କାଟି ଜୋତାଟିକୁ କାଢ଼ିଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

ସମ୍ବନ୍ଧିତ ଖବର