ଅଜଗର ମୁହଁରୁ ହରିଣକୁ ଉଦ୍ଧାର କରିବାକୁ ଯାଇଥିବା ଯୁବକଙ୍କ ଜୀବନ ଅଳ୍ପକେ ବର୍ତ୍ତିଲା

ନୂଆଦିଲ୍ଲୀ: ଅଜଗର ସାପ ଏମିତି ଏକ ଜନ୍ତୁ ଯିଏକି ନିଜଠାରୁ ବଡ଼ ପ୍ରାଣୀକୁ ବି ସହଜର ଗିଳି ଦେଇଥାଏ। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଅଜଗର ହରିଣକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଛି। ଏହି ସମୟରେ ଜଣେ ଯୁବକଙ୍କ ନଜର ଅଜଗର ଓ ହରିଣ ଉପରେ ପଡ଼ିଥିଲା। ଏହାପରେ ଯୁବକ ଜଣକ ହରିଣର ଜୀବନ ବଞ୍ଚାଇବା ପାଇଁ ସ୍ଥିର କରିଥିଲେ। ଏଥିପାଇଁ ଯୁବକ ଜଣକ ଗଛରୁ ଏକ ଡାଳ ଭାଙ୍ଗି ଆଣିଥିଲେ। ଏହି ଡାଳ ଦ୍ବାରା ଯୁବକ ଅଜଗରକୁ ମାରିବାକୁ ଚେଷ୍ଟା କରିଥିଲେ। ଏଥିରେ ଅଜଗର ରାଗି ଯୁବକଙ୍କ ଆଡକୁ ମାଡ଼ି ଆସିଥିଲା।

 

ସୌଭାଗ୍ୟବଶତଃ ଯୁବକ ଜଣକ ପୂର୍ବରୁ ସତର୍କ ରହିଥିବାରୁ ଅଜଗର ଆକ୍ରମଣରୁ ବଞ୍ଚିଯାଇଥିଲେ। ଆଉ ହରିଣକୁ ଅଜଗର କବଳରୁ ଉଦ୍ଧାର କରିବାରରେ ସଫଳ ହୋଇଥିଲେ। କିଛି ସମୟ ପରେ ଅଜଗର ହରିଣକୁ ଛାଡ଼ି ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏହି ପୂରା ଘଟଣାର ଭିଡିଓ ସେହି ରାସ୍ତା ଦେଇ ଯାଉଥିବା କିଛିଲୋକ ନିଜ କ୍ୟାମେରାରେ କୈଦ କରି ନେଇଥିଲେ। ଏହି ଭିଡିଓ ଥାଇଲ୍ୟାଣ୍ଡର କୁହାଯାଉଛି | ଏହି ଭିଡିଓକୁ ଥାଇଲ୍ୟାଣ୍ଡର ଡ୍ୟୁସିଟ୍ ପ୍ରାଣୀ ଉଦ୍ୟାନର ସହକାରୀ ନିର୍ଦ୍ଦେଶକ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର