କ୍ୱାଲାଲମ୍‌ପୁର ଗଲେ କ’ଣସବୁ ଦେଖିବେ?

ମାଲେସିଆର ରାଜଧାନୀ ହେଲା ‘ କ୍ୱାଲାଲମ୍‌ପୁର’ । କ୍ୱାଲାଲମ୍‌ପୁର ଠାରେ ରହିଛି ବିଶ୍ୱର ଦ୍ୱିତୀୟ ଉଚ୍ଚତମ ଅଟ୍ଟାଳିକା । ଏହାର ନାମ ହେଲା ପେଟ୍ରୋନାସ୍‌ ଟାଓ୍ଵାର୍‌ । ୧୨୦ ମହଲା ବିଶ୍ଷ୍ଟ ଏହି ଅଟ୍ଟାଳିକାର ରାତ୍ରିକାଳୀନ ଶୋଭା ଦର୍ଶନୀୟ । ମାଲେସିଆ ଠିକ୍‌ ସେହିପରି କ୍ୱାଲାଲମ୍‌ପୁର ଠାରୁ ଅନତିଦୂରରେ ଥିବା ବାଟୁ କେଭ୍‌ସ ମଧ୍ୟ ଦର୍ଶନୀୟ । ଏହି ଗୁମ୍ଫାମାନଙ୍କ ମଧ୍ୟରେ କେତୋଟି ହିନ୍ଦୁମନ୍ଦିର ପ୍ରସିଦ୍ଧ । ତା’ଭିତରେ ଥିବା ଭଗବାନ ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ମନ୍ଦିର କ୍ୱାଲାଲମ୍‌ପୁର ଠାରୁ ପ୍ରାୟ ବାଇଶି କିଲୋମିଟର ଦୂରରେ ରହିଛି । ଆଉ ଏକ ମନୋରଞ୍ଜନ ପାର୍କ ବି ରହିଛି । ଏହି ପାର୍କଟି ଭୁଲ୍‌ଭୁଲୈୟା ଭଳି । ଘଞ୍ଚ ଜଙ୍ଗଲ ଭିତରେ ଆପଣ ହଜିଯାଇପାରନ୍ତି । ତା’ଭିିତରେ ଏକ ହ୍ରଦ ଓ ଜଳପ୍ରପାତ ମଧ୍ୟ ରହିଛି । ସେଠାରେ ସନ୍ତରଣର ଅନୁମତି ମଧ୍ୟ ନିଆରା।
କ୍ୱାଲାଲମ୍‌ପୁରର ଅନ୍ୟ ଏକ ଉଲ୍ଲେଖନୀୟ ସ୍ଥଳ ହେଲା ଓ୍ଵାଲର୍ଡ-ହେରିଟେଜ୍‌ ସାଇଟ୍‌ ଭାବେ ବିଖ୍ୟାତ ଗୁନୁଙ୍ଗ୍‌ ନ୍ୟାସନାଲ୍‌ ପାର୍କ । ଏହା ଏକ ବିରାଟ ଗୁମ୍ଫା । ଏଠାକାର ଅନ୍ୟାନ୍ୟ ଲୋକପ୍ରିୟ ଦର୍ଶନୀୟ ଗୁମ୍ଫା ହେଲା ଡିଅର୍‌ କେଭ୍‌, କ୍ଲିଅର୍‌ ଓ୍ଵାଟର୍‌ କେଭ୍‌ ଏବଂ କେଭ୍‌ ଅଫ୍‌ ଦି ଉଇଣ୍ଡସ୍‌ । ଏହି ଗୁମ୍ଫା ଗୁଡିକରେ ପ୍ରାଚୀନ ହିନ୍ଦୁ ସଂସ୍କୃତି ଓ ପରଂପରାର ଝଲକ ଦେଖିବାକୁ ମିଳେ ।
ଏଠାକାର ଅନ୍ୟତମ ଆକର୍ଷଣ ହେଉଛି କୁଆଲା ଗୁଲା ପକ୍ଷୀ ଅଭୟାରଣ୍ୟ । ଏଠାରେ ଦେଢଶହ ପ୍ରଜାତିର ପକ୍ଷୀ ବାସ କରନ୍ତି । ଏତଦ୍‌ବ୍ୟତିତ ଏହି ଅଭୟାରଣ୍ୟରେ ଚାରିଶହ ପ୍ରଜାତିର ପକ୍ଷୀଙ୍କର କୃତ୍ରିମ ବାସସ୍ଥାନ ରହିଛି, ଯେଉଁମାନେ ଏଠାକୁ ନିର୍ଦ୍ଦିଷ୍ଟ ଋତୁରେ ଆସି ଫେରିଯାଆନ୍ତି । ଏଠାରେ ଆପଣ ସ୍କୁଦ୍‌ ଓ୍ଵାଟର, ଲମ୍ବା ଲାଂଜର କାଉ ଓ ରିଜ୍‌ ବୟାରି ଡଲଫିନ୍‌ ଦେଖିବାକୁ ପାଇବେ ।

ସମ୍ବନ୍ଧିତ ଖବର