ଆଜିକାଲି ଯୁବପିଢିମାନେ ଚାଷ କାମକୁ ପସନ୍ଦ କରୁନାହାନ୍ତି। ସେମାନେ ପାଠପଢି ଚାକିରି କରିବା ପାଇଁ ବିଦେଶାଭିମୁଖୀ ହେଉଛନ୍ତି। ବିଦେଶ ଯାଇ ଚାକିରି କରିବା ତାଙ୍କର ମୂଳ ଲକ୍ଷ୍ୟ ରହୁଛି। ପାଠ ପଢିବା ପରେ କେହି ଚାଷବାଷ କରିବା ପାଇଁ ଚିନ୍ତା କରନ୍ତି ନାହିଁ। ସମସ୍ତଙ୍କୁ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଇଛା। କିନ୍ତୁ ଛତିଶଗଡର ଏକ ଗ୍ରାମରେ ଜଣେ ଯୁବତୀ ବଲ୍ଲରୀ ଚନ୍ଦ୍ରାକର ଚାକିରି ବାକିରିକୁ ଛାଡି ଚାଷ କରି ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।
ବଲ୍ଲରୀ ବିଇ ଏବଂ ଏମଟେକ କରିବା ପରେ ରାୟପୁରର ଏକ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସରର ଚାକିରି ପାଇଥିଲେ। କିଛି ଦିନ ଚାକିରିରେ ରହିବା ପରେ ବଲ୍ଲରୀଙ୍କ ମନ ଚାକିରିରେ ଲାଗିନଥିଲା। ଚାକିରିରେ ମନ ନଲାଗିବାରୁ ବଲ୍ଲରୀ ଇସ୍ତଫା ଦେଇ ଗାଁକୁ ଫେରିଆସିଥିଲେ। ଏବେ ସେ ଗାଁରେ ଉନ୍ନତମାନର ଚାଷ କରି ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି।
ବଲ୍ଲରୀଙ୍କ ପିତା, ମୌସୁମୀ ବିଜ୍ଞାନ ବିଭାଗ ରାୟପୁରରେ ସବଇଞ୍ଜିନିୟର ଅଛନ୍ତି। ବଲ୍ଲରୀ ଯେତେବେଳେ ପାଠ ପଢୁଥିଲେ ସେତେବେଳେ ତାଙ୍କ ବାପାଙ୍କ ସହ ଗାଁକୁ ଆସନ୍ତି। ଗାଁକୁ ଆସିବା ବେଳେ ବଲ୍ଲରୀ ତାଙ୍କ ଜେଜେବାପା ପଞ୍ଚରାମ ଚନ୍ଦ୍ରାକରଙ୍କ ଠାରୁ ଚାଷ ବିଷୟରେ ପଚରାଉଚରା କରି ଅନେକ ତଥ୍ୟ ଗ୍ରହଣ କରୁଥିଲେ। ବଲ୍ଲରୀଙ୍କ ମନରେ ପ୍ରଥମରୁ ହିଁ ଚାଷ କରିବାକୁ ଚାହୁଁଥିଲେ। ଚାଷ ପ୍ରତିଥିବା ଏହି ଇଚ୍ଛା ଶକ୍ତି କାରଣରୁ ବଲ୍ଲରୀଙ୍କୁ ଏକ ପ୍ରଫେସରର ଚାକିରି ମିଳିବା ପରେ ମଧ୍ୟ ସେ ଚାକିରି ଛାଡି ଗାଁକୁ ଫେରିଆସିଛନ୍ତି ଏବଂ ଏବେ ସେ ଗାଁରେ ଚାଷବାଷ କରି ଭଲ ଫସଲ ଆମଦାନୀ କରିବା ସହ ପ୍ରାୟ ୫୦ ଲୋକଙ୍କୁ ରୋଜଗାରକ୍ଷମ ମଧ୍ୟ କରାଇଛନ୍ତି।