ନୂଆଦିଲ୍ଲୀ: ସମୟସମୟରେ ଅଟୋ, ଟ୍ରକ୍ ଏବଂ କାର୍ ପଛରେ ଏମିତି କିଛି ଲେଖାଯାଇଥାଏ ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟିରେ ରାସ୍ତାରେ ଏକ ଅଟୋ ଯାଉଥିବା ଦେଖିବାକୁ ମିଳୁଛି।
ଏଥିସହିତ ଏହି ଅଟୋ ପଛପଟେ ଲେଖା ହୋଇଛି, ‘ଇନଜଏ ଏଭ୍ରି ମୁମେଣ୍ଟ, ବିକଚ ଡେଥ୍ ଇଜ ଅନଏକ୍ସପେକ୍ଟେଡ’। ଅର୍ଥାତ୍ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଭାବରେ ବଞ୍ଚିବା ଶିଖନ୍ତୁ, କାରଣ ମୃତ୍ୟୁ କେବେ କାହାକୁ କହିକି ଆସି ନଥାଏ।’
ତେବେ ଏହି ଲେଖା ପୂର୍ବରୁ ବି ଅନେକ ଜ୍ଞାନୀମାନେ କହିଛନ୍ତି, ‘ ଜୀବନରେ ଆପଣଙ୍କ ପାଖରେ କ’ଣ ଅଛି କ’ଣ ନାହିଁ, କେଉଁ ପରିସ୍ଥିତିରେ ଅଛନ୍ତି ସେ କଥା କଦାପି ଚିନ୍ତା କରି ମନ ଦୁଃଖ କରନ୍ତୁ ନାହିଁ। ଜୀବନ ଯେମିତି ଅଛି ଯାହା ଅଛି ତାକୁ ନେଇ ଖୁସିରେ ବଞ୍ଚିବା ଶିଖନ୍ତୁ। ଦେଖିବେ ଦିନ ପରେ ଦିନ କେମିତି କଟିଯିବ ଆପଣ ବି ଜାଣି ପାରିବେ ନାହିଁ। ଅନ୍ୟ ଉପରେ ରାଗ, ହିଂସା ଛାଡ଼ି ଦିଅନ୍ତୁ। ଦେଖିବେ ଜୀବନ ବଞ୍ଚିବା ଖୁବ ସରଳ ହୋଇଯିବ।’
View this post on Instagram
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ତେଜା ଅଟୋମୋବାଇଲ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/47406290-f162-4a1e-a54e-fbf93314fe65.jpg)