ନୂଆଦିଲ୍ଲୀ: ରବୀନ୍ଦ୍ର ନାଥ ଟାଗୋର ଭାରତୀୟ ଇତିହାସର ଏକ ଆଗଧାଡ଼ିର ନାମ। ନୋବେଲ ବିଜେତା ଏହି ବଙ୍ଗୀୟ ଲେଖକଙ୍କ ଲିଖିତ ଅନେକ ଉପନ୍ୟାସ୍ ଉପରେ ବଲିଉଡ୍ ଫିଲ୍ମ ବନିଥିବା ବେଳେ ସେ ସବୁକୁ ଲୋକପ୍ରିୟତା ବି ମିଳିଛି। ସେ ୧୮୬୧ ମସିହା ମେ ୭ ତାରିଖରେ କୋଲକାତାରେ ଜନ୍ମଲାଭ କରିଥିବା ବେଳେ ୧୯୩୧ ମସିହରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ।
ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର କିଛି ବଛା ବଛା ବାଣୀ ଉପରେ ଆଲୋଚନା କରିବା। ଚାଲନ୍ତୁ ଜାଣିବା, ସେ କହିଥିବା କେତୋଟି ଗୁରୁତ୍ବପୂର୍ଣ୍ଣ କଥା। ସେ କହିଥିବା ଉକ୍ତ ବାଣୀଗୁଡ଼ିକୁ ନିମ୍ନରେ ପ୍ରକାଶ କରୁଛୁ।
: ତୁମେ ଜଳକୁ ଦୂରରୁ ଦେଖି ସମୁଦ୍ର ପାର୍ ହୋଇପାରିବ ନାହିଁ, ସେଥିପାଇଁ ତୁମକୁ ପାଣିରେ ପାଦ ରଖିବାକୁ ପଡ଼ିବ।
: ଗ୍ରହଣ କରିବାର କ୍ଷମତା ରଖିଲେ ଆମ ନିକଟକୁ ଆସୁଥିବା ସମସ୍ତ ଜିନିଷ ଏକ ଆଶୀର୍ବାଦ ପରି।
: ସ୍ବଳ୍ପ ଜ୍ଞାନ ଏକ ଗ୍ଲାସ୍ର ପାଣି ପରି ସ୍ବଚ୍ଛ, ନିର୍ମଳ ଓ ଶୁଦ୍ଧ। ପ୍ରଗାଢ଼ ଜ୍ଞାନ ସମୁଦ୍ରର ଜଳ ପରି ଅନ୍ଧାର, ରହସ୍ୟମୟ ଓ ଅସମ୍ଭବ।
: ତୁମ ଜୀବନରୁ ସୂର୍ଯ୍ୟେ ପଳାଇଛି ବୋଲି ଭାବି ଯଦି ତୁମେ କାନ୍ଦୁଛ ତ, ତୁମ ଆଖିର ଲୁହ ସେ ତାରାଗୁଡ଼ିକୁ ବି ଦେଖିବାକୁ ଦେବନାହିଁ।
: ଖୁସି ହେବା ଅତ୍ୟନ୍ତ ସରଳ, କିନ୍ତୁ ସରଳ ହେବା ଅତ୍ୟନ୍ତ କଷ୍ଟକର।
: ଖୁବ୍ ଉଚ୍ଚକୁ ଯାଅ, କାରଣ ତୁମ ଭିତରେ ତାରାମାନେ ଲୁଚିକି ଅଛନ୍ତି; ଗଭୀର ସ୍ବପ୍ନ ଦେଖ, କାରଣ ଲକ୍ଷର ଟିକିଏ ଆଗରେ ସ୍ବପ୍ନ ହିଁ ଥାଏ।
: ମୁଁ ଶୋଇକି ସ୍ବପ୍ନ ଦେଖିଲି ଜୀବନ ଆନନ୍ଦମୟ। ଉଠିବା ପରେ ଦେଖିଲି ଜୀବନ ହେଉଛି ସେବା। ତାପରେ ଜାଣିଲି ସେବା ହିଁ ଅନନ୍ଦ।
: ଅନ୍ଧକାରରୁ ଆଲୋକ କରାଉଥିବା ପକ୍ଷୀ ହେଉଛି ବିଶ୍ବାସ।