ହାଇଦ୍ରାବାଦରେ କରୋନା ଭାଇରସକୁ ନେଇ ଟ୍ରାଫିକ ସିଗନାଲରେ ଲୋକଙ୍କୁ ସତର୍କ କରାଇଲେ ଟ୍ରାଫିକ ପୁଲିସ

ହାଇଦ୍ରାବାଦ୍: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏବେ ହାଇଦ୍ରାବାଦର ରଚକୋଣ୍ଡା ଟ୍ରାଫିକ ପୁଲିସ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସଂକ୍ରମଣକୁ ନେଇ ଲୋକମାନଙ୍କୁ ଟ୍ରାଫିକ୍ ସିଗନାଲରେ ସଚେତନ କରାଉଛନ୍ତି ଟ୍ରାଫିକ ପୁଲିସ। ଗୁରୁବାର କୋଠାପେଟଠାରେ ରଚକୋଣ୍ଡା କମିସନରେଟର ଏଲବି ନଗର ଟ୍ରାଫିକ ପୁଲିସକର୍ମୀଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ସେମାନଙ୍କ ଫେସବୁକ ପୃଷ୍ଠାରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଦେଖାଯାଇଛି କି, ଯେତେବେଳେ ସିଗନାଲ ଲାଲ ହୋଇଯାଉଥିଲା ସେତେବେଳେ ଟ୍ରାଫିକ ପୁଲିସ ଜନସାଧାରଣଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବା ବିଷୟରେ ଶିକ୍ଷା ଦେଉଥିଲେ, ଯେଉଁଠାରେ ପୁଲିସ ଖାଦ୍ୟ ଖାଇବା ପୂର୍ବରୁ ଅତି କମରେ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। କାଶ କିମ୍ବା ଛିଙ୍କିବା ସମୟରେ ଜନସାଧାରଣ ସେମାନଙ୍କର କାନ୍ଧ ବ୍ୟବହାର କରିବା ଉଚିତ ଏବଂ କେହି ଅନ୍ୟମାନଙ୍କ ସହ ହାତ ମିଳାଇବା ଉଚିତ ନୁହେଁ ବରଂ ନମସ୍କାର କହି ଅନ୍ୟମାନଙ୍କୁ ଅଭିବାଦନ କରିବା ଉଚିତ୍ ବୋଲି ସେମାନେ ପରାମର୍ଶ ଦେଇଥିଲେ। ଭିଡିଓଟି ୩୧,୦୦୦ରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୧,୦୦୦ରୁ ଅଧିକ ସେୟାର ଏବଂ ୫୪ଟି କମେଣ୍ଟ ଗ୍ରହଣ କରିଛି।

Image result for coronavirus-anand-mahindra-appeals-government-to-allow-private-sector-to-begin-corona-virus-test
Business Today

ଭିଡିଓଟି ଜନସାଧାରଣଙ୍କଠାରୁ ଏକ ସକରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି। ଏହି ପଦକ୍ଷେପ ପାଇଁ ଜନସାଧାରଣ ରଚକୋଣ୍ଡା ପୁଲିସକୁ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ କହିଛନ୍ତି, “ରଚକୋଣ୍ଡା ପୁଲିସ ବିଭାଗ ଦ୍ୱାରା ଏହା ଏକ ବଡ଼ ପଦକ୍ଷେପ। ଅନ୍ୟ ଜଣେ କହିଛନ୍ତି ଯେ, ବର୍ତ୍ତମାନ ଜନସାଧାରଣମାନେ ପୁଲିସ ଏବଂ ସରକାରଙ୍କୁ ସମର୍ଥନ କରିବା ଦରକାର।

ସମ୍ବନ୍ଧିତ ଖବର