ତାଳ ନବମୀ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଆବିର୍ଭାବ ଦିବସ। ୧୪ ସେପ୍ଟେମ୍ବର ୧୮୮୮ ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ ତାଙ୍କର ଆବିର୍ଭାବ ଘଟିଥିଲା। ୨୨ ବର୍ଷ ବୟସରେ ସେ ସ୍ୱହସ୍ତରେ ଯେଉଁ ଅମୂଲ୍ୟ ନିର୍ଦ୍ଦେଶ ଲିପିବଦ୍ଧ କରିଯାଇଛନ୍ତି, ତାହା ‘ସତ୍ୟାନୁସରଣ’ ନାମରେ ସୁପ୍ରସିଦ୍ଧ।
ଆମେ ସାଧାରଣତଃ କୌଣସି ଦୋଷ ବା ଅପକର୍ମ କଲେ ଅନୁତପ୍ତ ହେଉ। କିନ୍ତୁ ପୁନଶ୍ଚ ସେପରି ଦୋଷ ବା ଅପକର୍ମ କରୁ। କିନ୍ତୁ ସେପରି କରିବା ଅନୁଚିତ। ଯେଉଁମାନେ ସେପରି କରନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ‘ସତ୍ୟାନୁସରଣ’ରେ ଶ୍ରୀଶ୍ରୀଠାକୁର ସେପରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
‘ସତ୍ୟାନୁସରଣ’ରେ ଶ୍ରୀଶ୍ରୀଠାକୁର କୌଣସି ଭୁଲ ପୁନଶ୍ଚ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି- ଅନୁତାପ କର; କିନ୍ତୁ ସ୍ମରଣ ରଖ, ଯେପରି ପୁନରାୟ ଅନୁତପ୍ତ ହେବାକୁ ନ ପଡ଼େ।
ସେ କହିଛନ୍ତି- ଅନୁତାପ କର; କିନ୍ତୁ ସ୍ମରଣ ରଖ, ଯେପରି ପୁନରାୟ ଅନୁତପ୍ତ ହେବାକୁ ନ ପଡ଼େ।
ଯେତେବେଳେ ତୁମର କୁକର୍ମ ପାଇଁ ତୁମେ ଅନୁତପ୍ତ ହେବ, ସେତେବେଳେ ପରମପିତା ତୁମକୁ କ୍ଷମା କରିବେ; ଆଉ କ୍ଷମା ପାଇଲେ ହିଁ ବୁଝିପାରିବ, ତୁମ ହୃଦୟରେ ପବିତ୍ର ସାନ୍ତ୍ୱନା ଆସୁଛି। ଏବଂ ତାହା ହେଲେ ହିଁ ତୁମେ ବିନୀତ, ଶାନ୍ତ ଓ ଆନନ୍ଦିତ ହେବ।
ଯେ ଅନୁତପ୍ତ ହୋଇ ମଧ୍ୟ ପୁନରାୟ ସେହି ପ୍ରକାରର ଅପକର୍ମରେ ରତ ରହେ, ବୁଝିବାକୁ ହେବ, ସେ ଅଚିରେ ଅତ୍ୟନ୍ତ ଦୁର୍ଗତିରେ ପତିତ ହେବ।
କେବଳ ମୁହଁର କଥାରେ ଅନୁତାପ କରିବା ଅନୁତାପ ନୁହେଁ; ବରଂ ତାହା ଅନ୍ତରରେ ଅନୁତାପ ଆସିବାର ଅନ୍ତରାୟ। ପ୍ରକୃତ ଅନୁତାପ ଅନ୍ତରର କଥା। ଅନ୍ତରରେ ଅନୁତାପ ଆସିଲେ ତାହାର ଲକ୍ଷଣ ଆଚରଣରେ ଊଣାଅଧିକେ ନିଶ୍ଚୟ ପ୍ରକାଶ ପାଇଥାଏ।