‘ରୋକା’ରେ ପିନ୍ଧିଥିବା ପୋଷାକରେ ମନ୍ଦିରରେ ନଜର ଆସିଲେ ଅମ୍ବାନିଙ୍କ ଭାବି ବଧୂ ରାଧିକା

ମୁମ୍ବାଇ: ଦେଶର ଦ୍ବିତୀୟ ବଡ଼ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଣ୍ଟ୍‌ଙ୍କ ନିର୍ବନ୍ଧ ବା ‘ରୋକା’ ସରିଯାଇଛି। ରାଧିକା ମର୍ଚାଣ୍ଟ୍‌ଙ୍କ ସାଧାରଣ ଲୁକ୍‌ ଲୋକଙ୍କୁ ଖୁବ୍ ଆକର୍ଷିକ କରେ। ବଡ଼ ଘରର ଝିଅ ଓ ବଡ଼ ଘରର ବୋହୂ ହେବାକୁ ଯାଉଥିବା ରାଧିକାଙ୍କ ପୋଷକରେ କିନ୍ତୁ ଆପଣ ଟିକେ ବି ବଡ଼ ଲୋକର ଛାପ ଦେଖିପାରିବେ ନାହିଁ। ସେ ନିଜକୁ ସବୁବ‌େଳେ ଜଣେ ସାଧାରଣ ଝିଅର ଲୁକ୍‌ରେ ରଖିଥାନ୍ତି। ଯାହାକି ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ।

ନିକଟରେ ରାଧିକାଙ୍କୁ ଗୋଟାଏ ପୋଷାକକୁ ଦୁଇ ଥର ପିନ୍ଧିବାର ଦେଖିବାକୁ ମିଳିଛି। ରାଧିକା ନିଜ ‘ରୋକା’ରେ ପିନ୍ଧିଥିବା ଗୋଲାପୀ ରଂଗର ପୋଷାକକୁ ଦ୍ବିତୀୟ ଥର ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବଡ଼ ଘରର ଝିଅ, ବୋହୂମାନଙ୍କୁ ସାଧାରଣତଃ ଗୋଟାଏ ପୋଷାକକୁ ଦୁଇ ଥର ପିନ୍ଧିବାର ଦେଖିବାକୁ ମିଳିନଥାଏ। ମାତ୍ର ରାଧିକା ତାଙ୍କ ‘ରୋକା’ରେ ପିନ୍ଧିଥିବା ସୁଟ୍‌କୁ ପୁଣି ଥରେ କେରଳର ପ୍ରସିଦ୍ଧ ଗୁରୁବାୟୁର ମନ୍ଦିରରେ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ।

ନିର୍ବନ୍ଧ ପରେ ନିଜର ଭାବି ପତ୍ନୀଙ୍କୁ ନେଇ ତିରୁମାଲା ମନ୍ଦିରକୁ ଯାଇଥିଲେ ଅନନ୍ତ ଅମ୍ବାନି। ପରେ ସେମାନେ କେରଳର ପ୍ରସିଦ୍ଧ ଗୁରୁବାୟୁର ମନ୍ଦିରକୁ ଯାଇ ବି ଦର୍ଶନ କରିଥିଲେ। ତେବେ ରାଧିକ ପୋଷାକର ଲୁକ୍‌କୁ ଭିନ୍ନ ଦେଖା ଯିବା ପାଇଁ ଏଥର ଓଢ଼ଣା ପକାଇ ନଥଲେ। ଯଦିଓ ‘ରୋକା’ ଉତ୍ସବରେ ସେ ସେଥିରେ ଓଢ଼ଣା ପକାଇଥିଲେ। ମନ୍ଦିରେ ଦର୍ଶନ କରିବା ବେଳେ ରାଧିକଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

 

ସମ୍ବନ୍ଧିତ ଖବର