ଅନନ୍ତଙ୍କ ପ୍ରଶଂସା କରି ବାସ୍ତବ ଜୀବନ ସାଥୀର ଅର୍ଥ ବୁଝାଇଲେ ରାଧିକା

ନୂଆଦିଲ୍ଲୀ: ଚଳିତବର୍ଷର ସବୁଠୁ ଭବ୍ୟ ଓ ବଡ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବାହାଘର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ରହିଛି। ଯାହାକି ଜୁଲାଇ ୧୨ ତାରିଖରେ ହେବ । ୩ମାସ ପୂର୍ବରୁ ଗୁଜରାଟ ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ  ପ୍ରି-ୱେଡିଂ ଫଙ୍କସନ ଆରମ୍ଭ ହୋଇଯାଇଛି।

ଏହି ଅବସରରେ ରାଧିକା ତାଙ୍କର ସ୍ବପ୍ନର ରାଜକୁମାର ଅନନ୍ତଙ୍କ ପ୍ରଶଂସାରେ କିଛି ଭା‌ଷଣ ଦେଇଥିଲେ। ଏହି ସମୟରେ ସେ ଠିକ ଜୀବନସାଥୀ କାହାକୁ କୁହାଯାଏ ତାହାର ଅର୍ଥକୁ ଅତି ସରଳ ଭାବରେ ସମସ୍ତଙ୍କୁ ବୁଝାଇଥିଲେ।

ରାଧିକା କହିଥିଲେ, ‘ଏକଦା ମୋତେ ଜଣେ କହିଥିଲେ ଠିକ ସାଥୀ ମିଳିଗଲେ ଜୀବନରେ କ’ଣ କ’ଣ ପରିବର୍ତ୍ତନ ଆସିଥ‌ାଏ। ତେବେ ସାଥୀ ଜଣକ ଯାହାଯାହା କହିଥିଲେ ମୁଁ ଅନୁଭବ କଲି ଅନନ୍ତ ମୋ ଜୀବନରେ ଆସିବା ପରେ ସେସବୁ ପରିବର୍ତ୍ତନ ହେଲା।

ସଚ୍ଚୋଟ ସାଥୀ ଯିଏକି ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିଥାଏ, ଯତ୍ନ କରିଥାଏ ସେ ଦୁଃଖ ସମୟ ହେଉ ଅବା ସୁଖ ସମୟ। ଆପଣ ସୁନ୍ଦର ହୁଅନ୍ତି ଅବା ଅସୁନ୍ଦର ସେଥିରେ ତାର କୌଣସି ଫରକ ପଡେ ନାହିଁ। ସେ ପ୍ରତିଟି ମୁହୂର୍ତ୍ତକୁ  ସଜାଡ଼ି ଦେଇ ଆପଣଙ୍କୁ ଆଗକୁ ବଢ଼ାଇ ଦେଇଥ‌ାଏ। ଏଭଳି ଜୀବନସାଥୀଟିଏ ହେଉଛନ୍ତି ଅନନ୍ତ। ଯାହାଙ୍କୁ ମୁଁ ମୋ ଜୀବନରେ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି।’

ସମ୍ବନ୍ଧିତ ଖବର