ବାରମ୍ବାର ରାହୁଲକୁ ସାହା ହୋଇଛନ୍ତି ପ୍ରଭୁ ଜଗନ୍ନାଥ‌; ରାହୁଲକୁ ନେଇ ପୁରୀ ଆସିବେ ବୋଲି କହିଲେ ବାପା ରାମ କୁମାର

ଭୁବନେଶ୍ବର : ୮୦ ଫୁଟ୍‌ର ବୋର୍‌ୱେଲ୍‌ ତଳୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ରାହୁଲର କାହାଣୀ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସଭିଙ୍କ ମୁହଁରେ ଖାଲି ରାହୁଲର ପ୍ରଶଂସା। ରହୁଲର ସାହସ ପାଇଁ ହିଁ ସେ ଆଜି ନୂଆ ଜୀବନ ପାଇପାରିଛି। ଆପଣ କହିପାରନ୍ତି ବୋଧହୁଏ ସେ ଦିବ୍ୟାଙ୍ଗ ବୋଲି ତାଙ୍କୁ ବାରମ୍ବାର ବିପଦରୁ ଉଦ୍ଧାର କରି ଚାଲିଛନ୍ତି ମହାବାହୁ। ଏକଥା ଆମେ ନୁହେଁ, ରାହୁଲଙ୍କ ବାପା ରାମ କୁମାର ସାହୁ କୁହନ୍ତି। ଛତିଶଗଡ଼ର ରାମ କୁମାରଙ୍କର ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ରହିଛି ଅଗାଧ ବିଶ୍ବାସ।  ଦଶବର୍ଷର ରାହୁଲକୁ ସବୁବେଳେ ସାହା ହୋଇଛି କାଳିଆ । କେବଳ ବୋରୱେଲରେ ପଡିବା ଘଟଣା ନୁହେଁ ପୂର୍ବରୁ ମଧ୍ୟ ରାହୁଲ ସହ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୫ ବର୍ଷ ତଳେ ଯେତେବେଳେ ରାହୁଲ ୫ ବର୍ଷର ଥିଲେ ସେତେବେଳେ ପୁରୀରେ ଏକ ଦୁର୍ଘଟଣା ଘଟିଥିଲା।

ରାହୁଲର ବାପାଙ୍କ କହିବା ଅନୁସାରେ ୨୦୧୭ ମସିହାରେ ପୁରୀ ବୁଲିବାକୁ ଆସିଥିଲେ ରାହୁଲର ପରିବାର ଲୋକ । ବାପା, ମାଆଙ୍କ ସହ ବଡଦାଣ୍ଡରେ ବୁଲୁଥିଲା ରାହୁଲ। ବୁଲିବା ଭିତରେ ହଠାତ କୁଆଡେ ଗାଏବ ହୋଇଯାଇଥିଲା କୁନି ପୁଅ ରାହୁଲ । ବାପାମାଆ ଚାରିଆଡେ ଖୋଜିଲେ, କିନ୍ତୁ ପାଇଲେ ନାହିଁ । ଆଖପାଖ ଦୋକାନୀଙ୍କୁ ପଚାରିଲେ କିନ୍ତୁ କେହି କିଛି କହିପାରିଲେ ନାହିଁ । ପୁଅ ପୁରୀକୁ ଜଗାଦର୍ଶନ ପାଇଁ ଆସି କେଉଁଆଡେ ଗଲା, ତାହା ଭାବି ରାହୁଲର ବାପା ମାଆ ମୁଣ୍ଡରେ ଚଡ଼କ ପଡିଯାଇଥିଲା । ଆଉ ଏକ ବଡ଼ ଚିନ୍ତାର କାରଣ ଥିଲା, ସେ ମୂକ ଓ ବଧିର ଥିଲା । ସେ କଥା କହିପାରୁନଥିଲା କି ଶୁଣିପାରୁନଥିଲା । ଏଭଳି ଅବସ୍ଥାରେ ତାଙ୍କୁ ଖୋଜିବା ଆଉ ଏକ ବଡ ଚିନ୍ତାର କାରଣ ପାଲଟିଯାଇଥିଲା ।

ହେଲେ ସାହା ହୋଇଥିଲା କାଳିଆ ଠାକୁର।  ଯଦି ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ତେବେ କଣ ବା ହବ । ଖୋଜି ଖୋଜି ବାପା ମା ନୟାନ୍ତ ହେବା ପରେ ମନ୍ଦିର ଭିତରେ ଆସି ଖୋଜିଥିଲେ । ଆଉ ହଠାତ ବିମଳା ମନ୍ଦିର ଆଗରେ ସେହିଭଳି ଏକ ପିଲା ଠିଆହୋଇଥିଲା । ପାଖକୁ ଯାଇ ଦେଖନ୍ତି ତ ସେ ରାହୁଲ ଥିଲା । ଜଗାର ପ୍ରଶଂସା କରି ଲୁହ ଭରା ଆଖିରେ ପୁଅକୁ ଗେଲ କରିିଥିଲେ ରାହୁଲର ବାପାମାଆ।

ଗଣମାଧ୍ୟମରେ କାଳିଆର ପ୍ରଶଂସା କରିବା ସହ ରାହୁଲ ସୁସ୍ଥ ହେବା ପରେ ସପରିବାର ପୁରୀ ଆସି ଦଶର୍ନ କରିବେ ବୋଲି କହିଛନ୍ତି ରାହୁଲଙ୍କ ବାପା ରାମ କୁମାର।

ସମ୍ବନ୍ଧିତ ଖବର