ମୁମ୍ବାଇ: ଗୁରୁବାର ମୁମ୍ବାଇରୁ ଯାତ୍ରା ଆରମ୍ଭ କରିଥିବା ଏକ ଟ୍ରେନ୍ ଇଞ୍ଜିନ୍ ସହ ଲାଗିଥିବା ତିନିଟି ବଗିକୁ ନେଇ ପଳାଇଥିଲା। ୧୨ଟି ବଗିକୁ ପଛରେ ଛାଡ଼ି ଇଞ୍ଜିନ୍ ଦୌଡ଼ିବାକୁ ଲାଗିଥିଲା। ମଧ୍ୟ ରେଳବାଇର ଜନୈକ ଅଧିକାରୀଙ୍କ କହିବାନୁସାରେ, ଏଭଳି ଏକ ଘଟଣା ଠାଣେ ଜିଲ୍ଲାର କଲ୍ୟାଣ ଷ୍ଟେସନରେ ଘଟିଛି। ସକାଳ ୮.୩୦ ପାଖାପାଖି ମନମାଡ-ମୁମ୍ବାଇ ପଞ୍ଚାବତୀ ଏକ୍ସପ୍ରେସ୍ ଟ୍ରେନ୍ ୧୨ଟି ଡବାକୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।
ମଧ୍ୟ ରେଳବାଇର ମୁଖ୍ୟ ପ୍ରବକ୍ତା ସୁନୀଲ ଉଦାସୀଙ୍କ କହିବାନୁସାରେ, ଏଥିରେ କାହାରିକୁ କିଛି କ୍ଷତି ପହଞ୍ଚି ନାହିଁ। ତେବେ ଏଭଳି ଘଟଣା କାହିଁକି ଘଟିଲା ସେନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି। କିଛି ସମୟରେ ଘଟଣା ସଂପର୍କରେ ଚାଳକ ଜାଣିବା ପରେ ଟ୍ରେନ୍କୁ ତାର ବାକି କୋଚ ସହିତ ଯୋଡ଼ି ଦିଆଯାଇଥିଲା। ଏଭଳି ଅସୁବିଧା ହେତୁ କିଛି ସମୟ ପାଇଁ ଏହି ଉପନଗରୀ ଓ ଦୀର୍ଘ ପଥ ଯାତ୍ରା କରିବାକୁ ଥିବା ଟ୍ରେନ୍ ସେବା ଉପରେ ଏହାର ପ୍ରଭାବ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/1551952590-train-3.jpg)