କେନ୍ଦ୍ର ରେଳମନ୍ତ୍ରୀଙ୍କୁ ବିମାନରେ ମିଳିଲାନି ସିଟ୍‌, ୧୨ ଘଣ୍ଟା ପରେ ଅନ୍ୟ ବାଟରେ ଭାରତ ଫେରିଲେ!

ନୂଆଦିଲ୍ଲୀ: ଅମୃତସରର ମର୍ମନ୍ତୁଦ ରେଳ ଦୁର୍ଘଟଣାର ଦୁଇ ଦିନ ପରେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ୨୨ ତାରିଖରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ପୀୟୁଷ ଗୋଏଲ୍‌ ଏହି ରେଳ ଦୁର୍ଘଟଣାର ଖବର ପାଇବା ମାତ୍ରେ ଟ୍ଵିଟ୍‌ ଜରିଆରେ ପୀଡ଼ିତ ପରିବାରବର୍ଗଙ୍କୁ ସମବେଦନା ଦେଇଥିଲେ ।
ତା’ପରେ ଶୁଣିବାକୁ ମିଳିଥିଲା କି ପୀୟୁଷ ଗୋଏଲ୍‌ ନିଜର ବିଦେଶ ଗସ୍ତର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତୁରନ୍ତ ଭାରତ ଫେରୁଛନ୍ତି। କିନ୍ତୁ ତାହା ସମ୍ଭବପର ହୋଇ ନ ଥିଲା,ଯେଉଁଥିପାଇଁ ସେ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଥିଲେ।
ଏବେ ଏହାର କାରଣ ଜଣାପଡିଛି। ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ଭାରତ ଆସୁଥିବା ଯେ କୌଣସି ବିମାନରେ ଫେରିବାକୁ ଚାହୁଁଥିଲେ,ମାତ୍ର ଭାରତ ଆସୁଥିବା ସମସ୍ତ ଫ୍ଲାଇଟ୍‌ସର ବୁକିଂ ସରିଥାଏ। ଏପରିକି ଏୟାର୍‌ ଇଣ୍ଡିଆ ମଧ୍ୟ ରେଳମନ୍ତ୍ରୀଙ୍କ ପାଇଁ ଗୋଟିଏ ସିଟ୍‌ର ବ୍ୟବସ୍ଥା କରିବାକୁ ଅକ୍ଷମତା ପ୍ରକାଶ କରିଥିଲା।


ଏହାପରେ ପୀୟୁଷ ଗୋଏଲଙ୍କୁ ବିମାନ ବନ୍ଦରରେ ୧୨ ଘଣ୍ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା। ସେଠାରୁ ଅନ୍ୟ ରାସ୍ତା ଦେଇ ଫ୍ଲାଇଟ୍‌ରେ ଭାରତ ଫେରିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌।

ସମ୍ବନ୍ଧିତ ଖବର