ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ ଯବାନ

ମହାରାଷ୍ଟ୍ର: ଗତ ସୋମବାର ମହାରାଷ୍ଟ୍ରର କଲ୍ୟାଣ ରେଲୱେ ଷ୍ଟେସନରେ ଜଣେ ଗର୍ଭବତୀ ମହିଳାଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଆରପିଏଫ୍ ଯବାନ । ଗତକାଲି ପ୍ଲାଟଫର୍ମରେ ଗର୍ଭବତୀ ଜଣଙ୍କ ଓହ୍ଲାଇବା ବେଳେ ଟ୍ରେନ ଛାଡି ଦେଇଥିଲା । ଆଉ ତାଙ୍କ ଗୋଡ ଖସି ଯାଇଥିଲା। ସେ ଟ୍ରେନ୍ ଓ ଧାରଣ ମଝିରେ ପଡ଼ି ଯାଉଥିବା ବେଳେ  ଘଟଣାସ୍ଥଳରେ ଉପସ୍ଥିତ ଥିବା ଆରପିଏଫ୍ ଯବାନ ଏସ୍ ଆର ଖାନ୍ଦେକର ମହିଳାଙ୍କୁ ମୃତ୍ୟୁମୁଖରୁ ଘୋଷାଡି ଆଣିଥିଲେ। ଏହି ସମୟରେ ଯଦି ଆରପିଏଫ ଗର୍ଭବତୀଙ୍କୁ ଉଦ୍ଧାର କରି ନଥାଆନ୍ତେ ତେବେ ଉଭୟ ମା’ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିଲା।

 

ସଙ୍ଗେସଙ୍ଗେ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ମହିଳା ଜଣକ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ‌ହୋଇଯାଇଛି। ଆରପିଏଫ୍ ଯବାନଙ୍କ ଏଭଳି କାମ ପାଇଁ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର