ରେଳ ଷ୍ଟେସନ୍‌ରେ ଅଧିକ ସୁବିଧା ଦେବା ଆଳରେ ଲାଗୁ ହୋଇପାରେ ୟୁଜର୍‌ ଫି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ରେଳ ଷ୍ଟେସନ୍‌ଗୁଡ଼ିକର ଆଧୁନିକୀକରଣ କରୁଛି। ଏୟାରପୋର୍ଟ ଗୁଡ଼ିକରେ ଯେପରି ସୁବିଧା ମିଳୁଛି,ରେଳ ଷ୍ଟେସନ୍‌ରେ ମଧ୍ୟ ସେପରି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା କରୁଛି ଭାରତୀୟ ରେଳ। ତେବେ ଏହି ସୁବିଧା ଲାଗି ହେବାକୁ ଥିବା ଖର୍ଚ୍ଚକୁ ରେଳ ଯାତ୍ରୀମାଙ୍କ ନିକଟରୁ ଉଠାଇବାକୁ ଯୋଜନା କରୁଛି। ସୂଚନା ମୁତାବକ ରେଳ ପକ୍ଷରୁ ପ୍ରତି ଟିକେଟ ଉପରେ ୟୁଜର୍‌ ଡ଼େଭେଲପ୍‌ମେଣ୍ଟ ଫି ଆଦାୟ କରାଯିବ ବୋଲି ପ୍ରସ୍ତାବ ରହିଛି।

ଯୋଜନା ଅନୁସାରେ ଯେଉଁ ଯାତ୍ରୀମାନଙ୍କ ୫୦୦ ଟଙ୍କାରୁ ଅଧିକ ମୂଲ୍ୟର ରେଳ ଟକଟ କିଣିବେ ସେମାନଙ୍କ ଠାରୁ ୧୦ଟଙ୍କା ୟୁଜର ଡ଼େଭେଲପ୍‌ମେଣ୍ଟ ଫି ଆଦାୟ କରାଯିବ। ଷ୍ଟେସନ୍‌ଗୁଡ଼ିକରେ ଯାତ୍ରୀଙ୍କ ସୁବିଧା ଲାଗି ଚଳନ୍ତା ସିଡ଼ି, ବରିଷ୍ଠ ନାଗରିକଙ୍କ ଲାଗି ହୁଇଲ୍‌ ଚେୟାର୍‌ ଓ ବସିବା ଲାଗି ଆରାମଦାୟକ ଚେୟାର ଆଦିର ସୁବିଧା ଦିଆଯାଉଛି। ଏଥିପାଇଁ ଯାତ୍ରୀଙ୍କଠାରୁ ଡ଼େଭେଲପ୍‌ମେଣ୍ଟ ଫି ଆଦାୟ କରିବାକୁ ପ୍ରସ୍ତାବ ରହିଛି ବୋଲି ଜନୈକ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି।

newsmobile.in

ରେଳ ମନ୍ତ୍ରାଳୟ ପାଖରେ ବିଚାରାଧୀନ ଥିବା ପ୍ରସ୍ତାବ ମଧ୍ୟରେ ରହିଛି ରେଳ ଷ୍ଟେସନ୍‌ଗୁଡ଼ିକର ବ୍ୟାପକ ଆଧୁନିକୀକରଣ। ଗତ ଆର୍ଥିିକ ବର୍ଷରେ ୬୦୦ଟି ଷ୍ଟେସନ୍‌ର ଆଧୁନିକୀକରଣ ଲକ୍ଷ୍ୟ ରଖାଯାଇଥିଲା। ରେଳ ପକ୍ଷରୁ ଷ୍ଟେସନ୍‌ରେ ମଲ୍‌ ,ଫୁଡ଼୍‍ କୋର୍ଟ ଏବଂ ଇଣ୍ଟରନେଟ୍‌ ସୁବିଧା ଦିଆଯିବାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଲାଗି ଆବଶ୍ୟକ ଅର୍ଥ ଯାତ୍ରୀଙ୍କ ଠାରୁ ବିଭିନ୍ନ ଉପାୟରେ ଆଦାୟ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର