ନୂଆ ଯୋଜନା ‘ବିକଳ୍ପ’ ଜରିଆରେ ଏବେ ଯାତ୍ରୀଙ୍କୁ ଟ୍ରେନଗୁଡ଼ିକରେ କନଫର୍ମ ଟିକେଟରେ ବର୍ଥ ମିଳିବା ସହଜ ହେବ!

ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏବେ ପୁଣି ଆଣିଛି ଆଉ ଏକ ସୁବିଧା। ଯାତ୍ରୀଙ୍କୁ କନଫର୍ମ ବର୍ଥ ସୁବିଧା କରାଇବା ଲକ୍ଷ୍ୟରେ ‘ବିକଳ୍ପ’ ନାମରେ ଏହି ଯୋଜନା ଏବେ ଆଣିଛନ୍ତି। ଏହି ସୁବିଧା ଏବେ ପର୍ଯ୍ୟନ୍ତ କିଛି ଟ୍ରେନ ଗୁଡିକରେ ଲାଗୁ ହୋଇଥିଲା, କିନ୍ତୁ ଏବେ ସବୁ ଟ୍ରେନରେ ଏହି ସୁବିଧା ମିଳିବ। ଏହି ଯୋଜନା ଅଧିନରେ ଯାତ୍ରୀ ନିଜ ଟ୍ରେନ ବ୍ୟତୀତ ଅନ୍ୟ ୫ଟି ଟ୍ରେନକୁ ବିକଳ୍ପ ରୂପରେ ବାଛି ପାରିବେ। ଏହି ଯୋଜନାରେ ଯାତ୍ରୀଙ୍କୁ ବହୁତ ସୁବିଧା ମିଳିପାରିବ। ଅଧିକାଂଶ ସମୟରେ ଜେନେରାଲ ଏବଂ ତତ୍କାଳ ଟିକେଟ ପରେ ବି କନଫର୍ମ ଟିକେଟ ମିଳେନି, ଏମିତିରେ ଯାତ୍ରୀ ଏହି ସୁବିଧା ପାଇପାରିବେ।

ବିକଳ୍ପ ଟ୍ରେନରେ ମିଳିବ ଟିକେଟ : ଭାରତୀୟ ରେଳବାଇ ଆଣିଥିବା ଏହି ନୂଆ ଯୋଜନା ‘ବିକଳ୍ପ’ ଜରିଆରେ ଏବେ ଯାତ୍ରୀଙ୍କୁ ଟ୍ରେନଗୁଡ଼ିକରେ କନଫର୍ମ ଟିକେଟ ମିଳିବା ସହଜ ହେବ। ଏହି ସୁବିଧା ଅଧିନରେ ଯାତ୍ରୀ ନିଜ ଟ୍ରେନ ବ୍ୟତୀତ ଅନ୍ୟ ୫ଟି ଟ୍ରେନକୁ ବିକଳ୍ପ ରୂପରେ ବାଛି ପାରିବେ। ଯେଉଁଥିରେ ସେମାନେ ଯାତ୍ରା କରିବାକୁ ଚାହାଁନ୍ତି। ଏହାର ଅର୍ଥ ଯାତ୍ରୀଙ୍କ ଟିକେଟ କନଫର୍ମ ନହେଲେ ଅନ୍ୟ ୫ଟି ଟ୍ରେନରେ ଯେଉଁଥିରେ ବି ସିଟ ଖାଲି ଥିବ, ସେଥିରେ କନଫର୍ମ ବର୍ଥ ଦିଆଯିବ। କୌଣସି ଟ୍ରେନରେ ସିଟ ଖାଲି ନଥିଲେ, ଯାତ୍ରୀଙ୍କୁ ଟିକେଟ ମିଳିବନି ।

ଏହି ସୁବିଧା ଯୋଜନାରେ ଯାତ୍ରୀଙ୍କୁ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବନି। ଯାତ୍ରୀଙ୍କୁ ଟିକେଟ ଶୁକ୍ଳରେ ହିଁ ଅନ୍ୟ ଟ୍ରେନରେ ଟିକେଟ ମିଳିବ। ଯାତ୍ରୀଙ୍କ ପିଏନଆର ନମ୍ବର ବି ସମାନ ରହିବ। ଏହି ସ୍କିମରେ ବୋଡିଙ୍ଗ ଏବଂ ଟର୍ମିନେସନ ଷ୍ଟେସନରେ ପରିବର୍ତ୍ତନ ହୋଇପାରେ। ଯାତ୍ରୀ ଟ୍ରେନର ପ୍ରସ୍ଥାନ ଠାରୁ ୨୪ ଘଣ୍ଟା ପୂର୍ବରୁ ବିକଳ୍ପ ଟ୍ରେନର ଲିଷ୍ଟ ଅପଡେଟ କରିପାରିବେ। ଏହି ସ୍କିମ ସମସ୍ତ ଟ୍ରେନରେ ଲାଗୁ ଅଛି ଏବଂ ଯେକୌଣସି କୋଟା ଅଧିନରେ ଟିକେଟ ବୁକ କରାଯାଇପାରିବ। ଏହି ସ୍କିମ ପରେ ଯାତ୍ରୀ ନିଜର ପିଏନଆର ଷ୍ଟାଟସ ଚେକ କରନ୍ତ। ଯାତ୍ରୀ ଏହି ବିଷୟରେ ଅଧିକ ସୂଚନା ପାଇବା ପାଇଁ ହେଲ୍‌ପଲାଇନ ନମ୍ବର ୧୩୯ର ସହାୟତା ନେଇପାରିବେ କିମ୍ବା କାଉଣ୍ଟରରୁ ଜାଣିପାରିବେ।

ସମ୍ବନ୍ଧିତ ଖବର