ଗଛ ବି ହୋଲି ଖେଳନ୍ତି | ଗଛ ବି ନିଜ ରଙ୍ଗ ବଦଳାନ୍ତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | କାରଣ ପ୍ରକୃତିରେ ଏପରି ଏକ ଗଛ, ଯାହା ଇନ୍ଦ୍ରଧନୁ ଭଳି ସଜେଇ ହୋଇଯାଏ | ଭଳିକି ଭଳି ରଙ୍ଗରେ ଏହି ଗଛକୁ ଦେଖିବାକୁ ମିଳେ |ପ୍ରାକୃତିକ ଉପାୟରେ ପରିବର୍ତ୍ତିତ ହେଉଥିବା ଏହି ଗଛ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ବରିଷ୍ଠ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ଏମିତି କିଛି ଫଟୋ ସେୟାର କରିଛନ୍ତି |
The rainbow eucalyptus is the only eucalyptus tree indigenous to the northern hemisphere and happens to be the most colourful tree in the world.
The rainbow effect is created as the bark peels off throughout each season, revealing the fresh, bright coloured bark below. pic.twitter.com/zlycNQcQjd— Susanta Nanda IFS (@susantananda3) March 15, 2022
ରେନବୋ ଇଉକାଲିପଟାସ୍ ନାମକ ଏହି ଗଛକୁ ଦୁନିଆର ସବୁଠୁ ରଙ୍ଗୀନ ଗଛ ମଧ୍ୟରେ ଗଣାଯାଏ | ସାଧାରଣ ଭାଷାରେ ଏହାକୁ ରେନବୋ ଇଉକାଲିପଟାସ୍( ଇନ୍ଦ୍ରଧନୁ ଇଉକାଲିପଟାସ) କୁହାଯାଏ, କିନ୍ତୁ ବୈଜ୍ଞାନିକଙ୍କ ଭାଷାରେ ଏହାକୁ ଇଉକ୍ଲିପଟସ୍ ଡିଗ୍ଲୁପଟା କୁହାଯାଏ | ଏହି ଗଛର ବିଶେଷତା ହେଉଛି ଯେ ଏହାର ଗଣ୍ଡି ବିଭିନ୍ନ ପ୍ରକାରର ରଙ୍ଗରେ ସଜ୍ଜିତ ହୋଇଯାଇଥାଏ |
ବିଶେଷକରି ଏହି ଗଛଗୁଡିକ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳେ | କୁହାଯାଏ ଯେ ଏହା ହେଉଛି ଏକମାତ୍ର ପ୍ରଜାତିର ଇଉକାଲିପଟାସ, ଯାହା ଅଧିକ ବର୍ଷା ହେଉଥିବା ଜଙ୍ଗଲରେ ମିଳିଥାଏ | କୁହାଯାଏ ଯେ, ବୃକ୍ଷର ବୟସ ବଢିବା ସହିତ ଏହାର ରଙ୍ଗ ମଧ୍ୟ ବଦଳିଯାଏ | ତେଣୁ ଗଛଗୁଡ଼ିକରେ ଭିନ୍ନ ଭିନ୍ନ ରଙ୍ଗ ହୋଇଥାଏ | ଏହି ଗଛର ହାରାହାରି ଲମ୍ବ ୭୬ ମିଟର ହେଉଥିବାବେଳେ ଏହାର କାଠ ଦାମ ବହୁତ ଅଧିକ କାରଣ ଏଥିରୁ ଦାମୀ କାଗଜ ତିଆରି ହୋଇଥାଏ |