ସିନେମା ‘୩ ଇଡିଅଟସ’ରୁ ପ୍ରେରିତ ହୋଇ ଏକା ସହିତ ଦୁଇଟି ହାତରେ ଲେଖା ଅଭ୍ୟାସ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: କଥାରେ ଅଛି ପ୍ରତ୍ୟେକ କାମକୁ ଅଭ୍ୟାସ କରିବା ଦ୍ୱାରା  ଦିନେ ନା ଦିନେ ତାହା ଶିଖି ହୋଇ ଯାଇଥାଏ। ରାୟପୁରର ଜଣେ ଛାତ୍ରୀ ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଛତିଶଗଡ଼ର ରାଜଧାନୀରେ ରହୁଥିବା ୭ମ ଶ୍ରେଣୀର ଛାତ୍ରୀ କାବ୍ୟା ଚାଓ୍ଵଡା ମିରର ରାଇଟିଂ କରୁଛନ୍ତି। ଏହି ସ୍ୱତନ୍ତ୍ର ପ୍ରତିଭା ପାଇଁ କାବ୍ୟା ଚର୍ଚ୍ଚାର ପରିସରରେ ରହିଛନ୍ତି। କାବ୍ୟା ଅମିର ଖାନ୍‌ଙ୍କ ସିନେମା ‘୩ ଇଡିଅଟ୍‌ସ’ରୁ ପ୍ରେରିତ ହୋଇ ମିରର ରାଇଟିଂ କରିବା ଆରମ୍ଭ କରିଥିଲେ।

କାବ୍ୟାଙ୍କ କହିବାନୁସାରେ, ମିରର ରାଇଟିଂ କରିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଗତ ତିନିରୁ ଚାରି ବର୍ଷ ହେବ ମୁଁ ଏହାର ଅଭ୍ୟାସ କରି ଆସୁଛନ୍ତି। ମୁଁ ‘୩ ଇଡିଅଟସ’ ଦେଖିବା ପରେ ଏପରି ଲେଖା ପ୍ରତି ପ୍ରେରିତ ହୋଇଥିଲି। ଯେଉଁଥିରେ ଭାଇରସ ନିଜର ଦୁଇଟି ହାତରେ ଲେଖି ପାରୁ ଥିଲା। ମିରର ରାଇଟିଂ ସାଧାରଣ ଲେଖାର ଓଲଟା ଦିଗରେ ଲେଖା ଯାଇଥାଏ। କେବଳ ଏତିକି ନୁହେଁ ଅକ୍ଷରକୁ ବି ଓଲଟା ଲେଖିବାକୁ ପଡ଼ି ଥାଏ। ଏହାକୁ କେବଳ ଦର୍ପଣ ସାହାଯ୍ୟରେ ହିଁ ପଢ଼ା ଯାଇ ପାରିବ।’

 

କାବ୍ୟାଙ୍କ ମା’ ନେହା ଚାଓ୍ଵଡାଙ୍କ କହିବାନୁସାରେ, ଝିଅ ପାଠପଢ଼ି ସାରିବା ପରେ ତାକୁ ବିଶ୍ରାମ ନେବାକୁ କହିଥାଏ। କିନ୍ତୁ ସେ ଏଭଳି ଲେଖାର ଅଭ୍ୟାସ ଜାରି ରଖିଥାଏ। ମୁଁ କାବ୍ୟାର ଏହି ପ୍ରତିଭା ବିଷୟରେ ଛଅମାସ ପରେ ଯାଇ ଜଣିପାରିଥିଲି। କାବ୍ୟାଙ୍କ ପିତା ପ୍ରିତେଶ ଚାଓ୍ଵଡା ମଧ୍ୟ ଝିଅର ଏଭଳି ପ୍ରତିଭାକୁ ନେଇ ଗର୍ବ କରନ୍ତି।

ସମ୍ବନ୍ଧିତ ଖବର