ରାଜସ୍ଥାନରେ ରହିଛି ବୁଲେଟ୍‌ ବାବାଙ୍କ ମନ୍ଦିର, ଯେଉଁଠି ବୁଲେଟ୍‌-୩୫୦ ବାଇକକୁ ପୂଜା କରାଯାଏ

ଜୟପୁର: ରାଜସ୍ଥାନର ମରୁଭୂମିରେ ବହୁ ପ୍ରତ୍ୟକ୍ଷ ଠାକୁରଠାକୁରାଣୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ଭଗବାନଙ୍କ ବଦଳରେ ଭିନ୍ନ ଭିନ୍ନ ସାମଗ୍ରୀ ପୂଜା ପାଉଥିବା ବେଳେ ସେମାନଙ୍କ ପୂଜାର୍ଚ୍ଚନା ପଛର କାହାଣୀ ମଧ୍ୟ ରୋମାଞ୍ଚକ ହୋଇଥାଏ । ସେହିଭଳି ଏକ ମନ୍ଦିର ରାଜସ୍ଥାନର ପାଲି ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ମନ୍ଦିରରେ ଦେବତା ଭାବେ ‘ବୁଲେଟ୍‌- ୩୫୦’ ମୋଟର ସାଇକେଲ୍‌କୁ ପୂଜା କରାଯାଇଥିବା ବେଳେ ଏହା ପଛରେ ରହିଛି ଏକ ଆଶ୍ଚର୍ଯ୍ୟକର କାହାଣୀ ।
ପ୍ରସିଦ୍ଧ ବୁଲେଟ୍‌ ବାବା ମନ୍ଦିରଟି ଯୋଧପୁର-ପାଲି ହାଇେଓ୍ଵରେ ପାଲିଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ । ସେହି ମନ୍ଦିରକୁ ପୂଜା କରିବା ନିମନ୍ତେ ପ୍ରତି ଦିନ ବହୁସଂଖ୍ୟାରେ ଭକ୍ତଙ୍କର ଭିଡ଼ ଲାଗିଥିବା ବେଳେ ମନ୍ଦିର ପାଖରେ ବୁଲେଟ୍‌ ଭଗବାନଙ୍କ ପୂଜା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହୋଇଥାଏ ।

Oh My Rajasthan!

ଏହି ମନ୍ଦିରରେ ବୁଲେଟ୍‌ ପୂଜା ପାଉଥିବା ପଛରେ ରହିଛି ଏକ କାହାଣୀ । ୧୯୯୧ ମସିହାର ଖରା ଦିନରେ ନିଜର ବୁଲେଟ୍‌- ୩୫୦ ଗାଡ଼ି ଧରି ସେଠାକାର ଠାକୁର ଯୋଗ ସିଂ ହାଇେଓ୍ଵ ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ପୁଲିସ ବୁଲେଟ୍‌କୁ ଥାନା ନେଇଯାଇଥିବା ବେଳେ ପରଦିନ ସକାଳୁ ବୁଲେଟ୍‌ଟି ଥାନାରେ ନଥିଲା । ତଦନ୍ତ କରିବା ପରେ ବୁଲେଟ୍‌ଟି ଆପେଆପେ ଦୁର୍ଘଟଣାସ୍ଥଳରେ ଥିବାର ଜଣାଯାଇଥିଲା । ଏହାପରେ ବାରମ୍ବାର ବୁଲେଟ୍‌କୁ ପୁଲିସ ଷ୍ଟେଶନ ଅଣାଯାଉଥିଲେ ମଧ୍ୟ ବାଇକଟି ସେହି ଦୁର୍ଘଟଣା ସ୍ଥାନକୁ ସ୍ୱତଃ ପଳାଇଯାଉଥିଲା ।

Rajasthan News1

ଅନେକ ଥର ଏପରି ହେବାରୁ ସ୍ଥାନୀୟ ବାସିନ୍ଦା ଦୁର୍ଘଟଣା ସ୍ଥଳରେ ଏକ ମନ୍ଦିର ଗଢ଼ି ବୁଲେଟକୁ ପୂଜା କରିବାର ନିର୍ଣ୍ଣୟ ନେଇଥିଲେ । ଏହାର ନାମ ବୁଲେଟ୍‌ ବାବା ମନ୍ଦିର ରଖାଯାଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ଏହି ମନ୍ଦିରଟି ବର୍ତ୍ତମାନ ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତ ହେବାରୁ ବଞ୍ଚିବା ପାଇଁ ପରାମର୍ଶ ଦେବା ସହ ଦୁର୍ଘଟଣାରୁ ରକ୍ଷା କରିଥାଏ । ଏପରି ଅନେକ କାହାଣୀସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର