ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଆପଣ ବି ଏହି ଭିଡିଓକୁ ଦେଖି ହସିହସି ବେଦମ ହୋଇଯିବେ। କିନ୍ତୁ ଯାହାଙ୍କ ସହିତ ଏହି ଘଟଣା ଘଟିଛି ସେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ଭାଇରାଲ ଭିଡିଓଟି ଅଜମେର ଜିଲ୍ଲାର ନସିରାବାଦ କସୱେର ରାମପୁରା ଗ୍ରାମର କୁହାଯାଉଛି।

Advertisment

ଏଠାରେ କିଛିଦିନ ତଳେ ଅର୍ଥାତ ଜୁଲାଇ ୧୮ ତାରିଖରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଏହି ସମୟରେ ବାଣ ଫୁଟା ଯିବାରୁ ବର ବସିଥିବା ଘୋଡାଟି ହଠାତ ଦୌଡ଼ିବାକୁ ଲାଗିଥିଲା। ଘୋଡାକୁ ଦୌଡ଼ିବା ଦେଖି ବରଯାତ୍ରୀ ବି ତାକୁ ଅଟକାଇବା ପାଇଁ ତା’ ପଛରେ ପଛରେ ଦୌଡ଼ିଥିଲେ। ତେବେ ଉକ୍ତ ଘୋଡା ଉପରେ ବସିଥିବା ବର ଏହି ଘଟଣାରେ ପୂରାପୂରି ଭୟଭୀତ ହୋଇ ଯାଇଥିଲେ। ଶେଷରେ ଲୋକେ କାର ଓ ବାଇକ ଧରି ଦୌଡ଼ୁ ଥିବା ଘୋଡାର ପିଛା କରିଥିଲେ ଆଉ ତାକୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ଘଟଣାପରେ ବର ଅସୁସ୍ଥ ହୋଇ ପଡ଼ିଥିଲେ। ସୁସ୍ଥ ହେବାପରେ ବିବାହ ସମ୍ପର୍ଣ୍ଣ ହୋଇଥିଲା।