ନୂଆଦିଲ୍ଲୀ: ରାଜସ୍ଥାନର ପୁଷ୍କରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିସହିତ ଜଣେ ବିଦେଶୀ ପର୍ଯ୍ୟଟକ ପୁଷ୍କର ହ୍ରଦ ନିକଟରେ ବୁଲିବୁଲି ଭିଡିଓ କରୁଛନ୍ତି। ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ତାଙ୍କ ପାଖକୁ ଆସି ଇଂରାଜୀରେ କିଛି ପ୍ରଶ୍ନ ପଚାରୁଛନ୍ତି। ତେବେ ଆପଣମାନେ କହିପାରେ ଏଥିରେ କ’ଣ ନୂଆ କଥା ?
ତେବେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଭିଡିଓରେ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଯେଉଁ ସ୍ଥାନୀୟ ଯୁବକ ଜଣକ କଥା ହେଉଥିବାର ନଜର ଆସୁଛନ୍ତି ସେ ପାଠପଢ଼ି ନାହାନ୍ତି କି ସ୍କୁଲ ଯାଇ ନାହାନ୍ତି। ତଥାପି ଉକ୍ତ ବିଦେଶୀ ପର୍ଯ୍ୟଟକଙ୍କ ସହିତ ସ୍ପଷ୍ଟ ଭାବେ ଇଂରାଜୀ ସହିତ ଆଉ ଦୁଇଦେଶର ଭାଷାରେ କଥା ହେଉଛନ୍ତି।
ଭାଇରାଲ ଭିଡିଓରେ ବିଦେଶୀ ପର୍ଯ୍ୟଟକ ଜଣକ ପୁଷ୍କର ହ୍ରଦ ନିକଟରେ ବୁଲିବୁଲି ଭିଡିଓ କରୁଥିବା ବେଳେ ସ୍ଥାନୀୟ ଯୁବକ ଲାଲା ତାଙ୍କୁ ପଚାରୁଛନ୍ତି, ‘ଆପଣ ଭିଡିଓ ରେକର୍ଡ କରୁଛନ୍ତି? ଏହାକୁ କେଉଁକେଉଁ ସାଇଟରେ ଆପଲୋଡ଼ କରିବେ?
ବିଦେଶୀ ପର୍ଯ୍ୟଟକ ଜଣକ ଲାଲାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ହଁ ଭିଡିଓ କରୁଛି, ଏହାକୁ ମୁଁ ମୋର ସମସ୍ତ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିବି। ଆଚ୍ଛା ତୁମେ କ’ଣ ଏଠିକାର ବାସିନ୍ଦା। ତୁମେ ପୁଷ୍କର କେମିତି ଆସିଲ?
ପର୍ଯ୍ୟଟକଙ୍କ କଥା ଶୁଣି ଲାଲା କହିଥିଲେ, ‘ମୁଁ ସବୁଦିନ ଏଠାରେ ରୁହେ। ଛୋଟ ଥିବା ବେଳେ ମୁଁ ସ୍କୁଲ ଯାଇପାରିଲି ନାହିଁ କି ପାଠ ପଢ଼ି ପାରିଲି ନାହିଁ। କିନ୍ତୁ ଇଂରାଜୀ, ହିନ୍ଦୀ ଫ୍ରେଞ୍ଚ ଓ ସ୍ପେନିଶ ଭାଷାରେ କଥା ହେବା ଶିଖି ଯାଇଛି।’
ଲାଲାଙ୍କ ଏଭଳି କଥା ଶୁଣି ବିଦେଶୀ ପର୍ଯ୍ୟଟକଙ୍କୁ ବିଶ୍ବାସ ହେଲା ନାହିଁ ସେ ପରୀକ୍ଷା କରିଥିଲେ। ଲାଲଙ୍କୁ ପ୍ରଥମେ ଫ୍ରେଞ୍ଚ ଓ ପରେ ସ୍ପେନିଶରେ କିଛି ପଚାରିଥିଲେ ଯାହାର ଉତ୍ତର ଯୁବକ ଜଣକ ଖୁବ ସ୍ପଷ୍ଟ ଭାବେ ଦେଇ ଦେଇଥିଲେ।
ଲାଲାଙ୍କ ଠାରୁ ଏଭଳି କଥା ଶୁଣି ବିଦେଶୀ ପର୍ଯ୍ୟଟକ ଯୁବକଙ୍କ ପ୍ରଶଂସା କରି ଘଟଣାସ୍ଥଳରୁ ଚାଲି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/2RQ5tHpXDChYwgQHiL6U.jpg)