୪୦୦ପିଲାଙ୍କ ପାଇଁ ୪୦ଲକ୍ଷ ଟଙ୍କାରେ ତିଆରି ହେଲା ଜାହାଜ ଭଳି ଦିଶୁଥିବା ସ୍କୁଲ

ଅଲୱର: ଚର୍ଚ୍ଚାରେ ଅଲୱରର କ୍ରୁଜ୍ ସ୍କୁଲ। ଏକ କ୍ରୁଜ୍ ଭଳି ଦିଶୁଥିବା ଏହି ସ୍କୁଲର ନବୀକରଣ ହେବା ପରେ ଏବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍କୁଲର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି କ୍ରୁଜ୍ ସ୍କୁଲ ନିର୍ମାଣ କରାଯାଇଥିବା ଜଣା ପଡ଼ିଛି। ସ୍କୁଲର ନବୀକରଣରେ ଗାଁ ଲୋକମାନେ ମଧ୍ୟ ସହାୟତା କରିଛନ୍ତି । କ୍ରୁଜ୍ ଭଳି ସୁନ୍ଦର ଦିଶୁଥିବା ଏହି ସ୍କୁଲରେ ପ୍ରାୟ ୪୦୦ଛାତ୍ର-ଛାତ୍ରୀ ପାଠ ପଢ଼ୁଥିବା ଜଣା ପଡ଼ିଛି।

ତେବେ ହଲଦିନା ସରକାରୀ ସ୍କୁଲର ନବୀକରଣ କରାଯାଇ ଏଭଳି ଋପ ଦିଆଯାଇଛି। ଏହାକୁ ଦେଖିବା ପାଇଁ ଏବେ ଦୂର ଦୂରରୁ ଲୋକେ ଆସି ପହଞ୍ଚୁଛନ୍ତି। ଇଞ୍ଜିନିୟର ରାଜେଶ ଲବାନିଆ ନାମକ ଜଣେ ଯୁବକ ସ୍କୁଲକୁ ଏଭଳି ଋପ ଦେଇଛନ୍ତି। ସହଗଲ ଫାଉଣ୍ଡେସନ ସହ ମିଶି ରାଜେଶ ଏହାକୁ ସମ୍ଭବ କରିପାରିଥିବା କହିଛନ୍ତି। ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ମୁତ‌ାବକ, ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲା ପାଠ ପଢ଼ିଥାନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ପିଲା ଏହି ସ୍କୁଲରେ ପାଠ ପଢ଼ୁଛନ୍ତି। ସ୍କୁଲର ନବୀକରଣ କାର୍ଯ୍ୟରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଗାଁ ଲୋକେ ୨ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି।

Image result for rajasthan-government-school-building-like-ship-in-alwar
bhaskar.com

ଏହି କ୍ରୁଜ୍ ସ୍କୁଲର ତଳ ମହଲାରେ ସ୍ମାର୍ଟ କ୍ଲାସରୁମ୍ ରହିଥିବା ବେଳେ ୪୦ଜଣ ବସିବା ଭଳି ଚେୟାର-ଟେବୁଲ ପଡ଼ିଛି। ଏହା ସହ ପଢ଼ାଇବା ପାଇଁ ସାମ୍ନାରେ ୫୫ଇଞ୍ଚର ଏଲଇଡି ମଧ୍ୟ ଲଗାଯାଇଛି। ପ୍ରଥମ ମହଲାରେ ଆକ୍ଟିଭିଟି ରୁମ୍ ରହିଛି, ଯେଉଁଠି ପିଲାମାନେ ନିଜର କଳ୍ପନାକୁ ସାକାର କରିବା ପାଇଁ ଚିତ୍ରାଙ୍କନ କରିଥାନ୍ତି। ତେବେ ଏଭଳି ନବୀକରଣ କରାଯିବା ପରେ ସ୍କୁଲରେ ଅଧିକ ପିଲା ପଢ଼ିବା ପାଇଁ ଇଚ୍ଛାପ୍ରକାଶ କରୁଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର