ଯେଉଁ ଦୋକାନକୁ ନିତିଦିନ ଚା ପିଇବାକୁ ଯାଉଥିଲେ, ତାଙ୍କ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରି ଉଦାରତା ଦେଖାଇଲେ ପୁନମ୍‌

ଫତେହପୁର: କିନ୍ନରମାନଙ୍କ ପାଇଁ ସରକାର ଅନେକ ସୁବିଧା କରିଥିଲେ ବି ଅଧିକାଂଶ କ୍ଷେତ୍ରରେ ସେମାନେ ଅବହେଳିତ। ହେଲେ ବେଳେ ବେଳେ ସେମାନେ ବି ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିନତ କରି ବଡ଼ପଣ ଦେଖାଇବାର ସୁଯୋଗ ହାତଛଡ଼‌ା କରନ୍ତିନି। ରାଜସ୍ଥାନର ଫତେହପୁର୍‌ର ଶେଖାବଟୀର ଜଣେ କିନ୍ନର ଜଣେ ଚା ବିକାଳିଙ୍କ ଝିଅକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ତାଙ୍କର ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି। କିନ୍ନର ଜଣକ ପୋଷ୍ୟ ସନ୍ତାନଙ୍କ ବିବାହ ପାଇଁ ନିଜ ପୁଞ୍ଜିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି କିନ୍ନର ଜଣକ ହେଉଛନ୍ତ ପୁନମ ବାଇ। ସେ ଆର୍ଥିକ ଦୃ‌ଷ୍ଟିରୁ ଦୁର୍ବଳ ଥିବା ଜଣେ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରି ଏପରି ବଡ଼ କାମ କରିଛନ୍ତି। ପୁମନ ଝିଅ ବୋଲି ମାନିଥିବା ସେହି ଗରିବ କନ୍ୟ‌ାଙ୍କ ବିବାହ ବଡ଼ ଧୁମ୍‌ଧାମ୍‌ରେ କରିଛନ୍ତି। ଏହି ବାବାହରେ ୧୫୦୦ରୁ ଅଧିକ ଲୋକ ‌ଭୋଜନ କରିଛନ୍ତି।

୩ ଦିନ ପର୍ଯ୍ୟନ୍ତ ବଡ଼ ଧୁମ୍‌ଧାମ୍‌ରେ ବିବାହର ସମସ୍ତ ରୀତି ହୋଇଥିଲା। ନିର୍ବନ୍ଧରୁ ନେଇ ବିବାହ ସରିବା ପର୍ଯ୍ୟନ୍ତ ପୁନମ ନିଜେ ଉପସ୍ଥିତ ରହି ଏ ସମସ୍ତ କାର୍ଯ୍ୟ କରାଇଥିଲେ। ଏହି ବିବାହରେ କିନ୍ନର ସମାଜର ଅନେକ ଲୋକ ସାମିଲ୍‌ ହୋଇଥିଲେ। ବିବାହ ପରେ ପୁନମ ବର-ବଧୂଙ୍କୁ ଆର୍ଶୀବାଦ ଦେଇ ସେମାନଙ୍କୁ ବିଦାୟ ଦେଇଥିଲେ।

ଜାଣିବାକୁ ମିଳିଛି ଯେ କନ୍ୟାଙ୍କ ନାମ ଅନ୍ନପୂର୍ଣ୍ଣ‌ା। ଅନ୍ନପୂର୍ଣ୍ଣାଙ୍କ ବାପା ଜଣେ ଚା’ ବିକାଳି ହୋଇଥିବାରୁ ତାଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥିଲା। ପୁନମ ସବୁ‌ବେଳେ ସେହି ଚା’ ଦୋକାନରେ ଚା ପିଅନ୍ତି। ଯେତେବେଳେ ଜାଣିବାକୁ ପାଇଲେ ଚା’ ଦୋକାନୀଙ୍କର ଏକ ଝିଅ ଅଛି ଓ ଅଭାବ ହେତୁ ସେ ବିବାହ କରାଇ ପାରୁନାହାନ୍ତି ତ ପୁନମ ନିଜେ ଏହି ଦାୟିତ୍ବ ତାଙ୍କ ମୁଣ୍ଡକୁ ନେଇଥିଲେ। ଅନ୍ନପୂର୍ଣ୍ଣାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ଉପଯୁକ୍ତ ପ‌ାତ୍ର ଖୋଜି ତାଙ୍କର ବିବାହ କରାଇଛନ୍ତି।

ସମ୍ବନ୍ଧିତ ଖବର