ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଆପଣାଉନ୍ତି। ସମ୍ପ୍ରତି ‌ସୋସିଆଲ ମିଡିଆରେ ଏକ କାରର ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଛି। 

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣକ ଗାଡ଼ିଟିକୁ ସମ୍ପୂର୍ଣ୍ଣ ଭାବରେ ମୁଦ୍ରାରେ ସଜେଇ ଦେଇଥିବା ଦେଖିବାକୁ ମିଳୁଛି।
 

ଏହି 'ଟଙ୍କା ଗାଡ଼ି'କୁ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କେହି ଜଣେ ଏହାର ଏକ ଭିଡିଓ ଇନଷ୍ଟାଗ୍ରାମରେ 'ଟଙ୍କା ଗାଡ଼ି' କ୍ୟାପସନ ସହିତ ପୋଷ୍ଟ କରିଛନ୍ତି।

ଏହି କାରଟି ଏକ ଟଙ୍କା ଓ ଦୁଇ ଟଙ୍କାର ମୁଦ୍ରାରେ ସଜାଯାଇଛି। ସୋସିଆଲ ମିଡିଆରେ ଲୋକମାନେ ଏହି 'ମନି କାର'ର ଡିଜାଇନ୍ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। 

ପୋଷ୍ଟ ଅନୁଯାୟୀ, କାରଟି ରାଜସ୍ଥାନର ଜଣେ ବ୍ୟକ୍ତିଙ୍କର ବୋଲି କୁହାଯାଉଛି। ଏହାର ନମ୍ବର ପ୍ଲେଟ୍ ରାଜସ୍ଥାନରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। କାରକୁ ସଜାଇବା ପାଇଁ ୧ ଟଙ୍କା ଏବଂ ୨ ଟଙ୍କା ମୁଦ୍ରା ବ୍ୟବହାର କରାଯାଇଛି। ଏହି ମୁଦ୍ରାଗୁଡ଼ିକୁ ଗାଡ଼ିର ପ୍ରତ୍ୟେକ ସ୍ଥାନରେ ଖୁବ ଯତ୍ନର ସହିତ ସୁନ୍ଦର ଭାବେ  ସହିତ ଲଗାଯାଇଛି। ଫଳରେ କାରଟି ସମ୍ପୂର୍ଣ୍ଣ ଭାବେ କଏନରେ ଢ଼ାଙ୍କି ହୋଇଥିବା ପରି ମ‌ନେ ହେଉଛି।