୪ ସନ୍ତାନଙ୍କୁ ସ୍ବାଭାବିକ ଭାବେ ପ୍ରସବ କଲେ ମହିଳା; ୮ଲକ୍ଷରେ ଜଣେ ମହିଳା ଏପରି କରିବାକୁ ସକ୍ଷମ ହୋଇଥାଆନ୍ତି

ନାଗୌର: କରୋନା ମହାମାରୀ ସମୟରେ ରାଜସ୍ଥାନର ନାଗୌରରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଡିଡୱାନାର ଉତ୍ତମ ହସ୍ପିଟାଲରେ ଜଣେ ମହିଳା ୪ଜଣ ଶିଶୁଙ୍କୁ ସାଧାରଣ ପ୍ରସବ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଡାକ୍ତରଙ୍କୁ ପ୍ରସବ ଲାଗି କୌଣସି ଅସ୍ତ୍ରୋପଚାର କରିବାକୁ ପଡ଼ିନାହିଁ।

Coronavirus in India: Newborn tests positive for Covid-19 in ...

ନର୍ମାଲ୍‌ ଡେଲିଭରିରେ ୩ ଜଣ ପୁତ୍ର ସନ୍ତାନ ଏବଂ ଜଣେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ସଞ୍ଜୁ ଦେବୀ । ଜନ୍ମ ଦେବା ପରେ ମାଆ ଏବଂ ପିଲା ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏକାଥରକେ ୪ ଶିଶୁ ଜନ୍ମ ନେଇଥିବାରୁ ପିଲାଙ୍କର ଆବଶ୍ୟକ ଠାରୁ ଓଜନ କମ୍‌ ଥିବାରୁ ଆଇସିୟୁରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି।

राजस्थान: महिला ने एक साथ चार बच्चों को दिया जन्म, सभी स्वस्थ

ଦେବରାଠୀ ଗାଁରେ ସଞ୍ଜୁ ଦେବୀ ବାସବାସ କରନ୍ତି। ତାଙ୍କ ସ୍ୱାମୀ ଜଣେ ଶ୍ରମିକ । ପ୍ରଥମ ଥର ମା’ ହେବାର ସୌଭାଗ୍ୟ ପ୍ରାପ୍ତି ପରେ ସଞ୍ଜୁ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପଟେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନ ଥିବାରୁ ଏକାଠି ଜନ୍ମ ହୋଇଥିବା ୪ଶିଶୁଙ୍କ ଲାଳନ-ପାଳନକୁ ନେଇ ସଞ୍ଜୁ ଚିନ୍ତାରେ ପଡ଼ି ଯାଇଛନ୍ତି।

राजस्थान: महिला ने एक साथ चार बच्चों को दिया जन्म, सभी स्वस्थ
aajtak.intoday.in/

ବିବାହର ୫-୬ବର୍ଷ ପରେ ମଧ୍ୟ ସନ୍ତାନ ନ ହେବାରୁ ସଞ୍ଜୁ ଡାକ୍ତରଙ୍କ ପରାମର୍ଶରେ ସନ୍ତାନ ପାଇଁ ଚିକିତ୍ସା ଆରମ୍ଭ କରିଥିଲେ।  ପ୍ରଥମ ଥର ସୋନୋଗ୍ରାଫି କରିବା ପରେ ଏକାଠି ୪ସନ୍ତାନ ହେବା କଥା ଜାଣି ପାରିଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ୮ଲକ୍ଷରୁ ଜଣେ ମହିଳା ଏକାଠି ୪ଜଣ ଶିଶୁଙ୍କୁ ଜନ୍ମ ଦେବାର ଘଟଣା ସାମ୍ନାକୁ ଆସିଥାଏ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର