ଓଡ଼ିଶାରୁ ଶିଖି ମାତ୍ର ୩୪ ହଜାର ଟଙ୍କା ନିବେଶରେ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ରାଜସ୍ଥାନ ଯୁବକ

ଜୟପୁର: ଓଡ଼ିଶାରୁ ଶିଖିଲେ, ଆଉ ରାଜସ୍ଥାନରେ ନିଜର କୃତିତ୍ୱ ଦେଖାଇଲେ | ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୩୧ କିଲୋମିଟର ଦୂରରେ ଥିବା ରେନୱାଲ ସହରରେ ରୁହନ୍ତି ନରେନ୍ଦ୍ର କୁମାର ଗରବା | ଚାରି ବର୍ଷ ପୂର୍ବେ ନରେନ୍ଦ୍ର ମୁକ୍ତା ଚାଷ ଆରମ୍ଭ କରିଥିବାବେଳେ ଏବେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି | ନରେନ୍ଦ୍ର କହିଛନ୍ତି ଯେ ୨୦୧୬ ରେ ଓଡ଼ିଶାର ସିଫା ପ୍ରତିଷ୍ଠାନରୁ ମୁକ୍ତା ଚାଷ ସମ୍ବଳିତ ୬ ଦିନିଆ ତାଲିମ ନେବା ପରେ ରେନୱାଲରେ ଏକ ମୋତି ତିଆରି ୟୁନିଟ୍ ଆରମ୍ଭ କରିଥିଲେ।

photo-oneindia

ଛୋଟ ଜଳ ପୁଷ୍କରିଣୀ ତିଆରି କରିବା ଏବଂ କଞ୍ଚାମାଲ କ୍ରୟ କରି କାମ ଆରମ୍ଭ କରିବା ପାଇଁ ପ୍ରାୟ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା | ଏହା ପରେ କେରଳ ଓ ମୁମ୍ବାଇର ମତ୍ସ୍ୟଜୀବୀଙ୍କଠାରୁ ଶାମୁକା କିଣିଥାନ୍ତି | ୧୮ ମାସ ରଖିବା ପରେ ମୋତି ପ୍ରସ୍ତୁତ ହୋଇଯାଏ | ବଡ କଥା ହେଉଛି ଯେ ଏହି ଚାଷ ପାଇଁ ଶାମୁକାଙ୍କ ପାଇଁ ସାମୁଦ୍ରିକ ବାତାବରଣ ପ୍ରସ୍ତୁତ କରିବାକୁ ପଡେ | ନରେନ୍ଦ୍ରଙ୍କ କହିବା ଅନୁଯାୟୀ, ଏକ ହଜାର ଶାମୁକା ମଧ୍ୟରୁ ବର୍ଷକୁ ପାଞ୍ଚ ଶହ ଶାମୁକା ନଷ୍ଟ ହୋଇଯାଏ |

ଅବଶିଷ୍ଟ ପାଞ୍ଚ ଶହ ଶାମୁକାରୁ ଭଲ ଗୁଣବତ୍ତା ମୋତି ମିଳିଥାଏ, ଯାହାର ବଜାରରେ ବହୁତ ଚାହିଦା ରହିଥାଏ | ଅଳଙ୍କାର ବ୍ୟବସାୟୀଙ୍କୁ ମୋତି ବିକ୍ରୟ କରିବା ବ୍ୟତୀତ ଔଷଧ କମ୍ପାନୀକୁ ମଧ୍ୟ ବିକ୍ରୟ କରିଥାନ୍ତି | ବର୍ତ୍ତମାନ ସେ ବର୍ଷକୁ ପ୍ରାୟ ନଅ ଲକ୍ଷ ଟଙ୍କା ରୋଜଗାର କରୁଥିବାର କହିଛନ୍ତି |

ସମ୍ବନ୍ଧିତ ଖବର