ନୂଆଦିଲ୍ଲୀ: ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ରାଜସ୍ଥାନର ବାରାଁର ବୋଲି କୁହାଯାଉଛି। ଏଠାରେ ମଇ ୨୬ ତାରିଖରେ ସାମୂହିକ ବିବାହ ଆୟୋଜନ କରାଯାଇଥିଲା। ଏଥିରେ ୨ହଜାର ୨୨୨ଯୋଡ଼ିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଏହି ଆୟୋଜନର ନାମକୁ  ଗିନିଜ ବୁକ ଅଫ ୱ‌ାଲର୍ଡ ରେକର୍ଡରେ ପଞ୍ଜୀକୃତ କରାଯାଇଛି।

Advertisment

ବିବାହ ପରେ ସମସ୍ତ ନବଦମ୍ପତିଙ୍କ ଫ‌ଟୋ ଉଠାଯାଇଥିଲା। ଏହି ନବଦମ୍ପତିଙ୍କ ମଧ୍ୟରୁ ଏକ ଯୋଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଯୋଡ଼ିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଯୋଡ଼ି ସାମୂହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିବାହ ‌ଶେଷ ହେବାପରେ ବର ଜଣକ କାହା ସହିତ ଫୋନରେ କଥା ହେଉଥିବା ବେଳେ ନବବଧୂ ସଙ୍ଗେସଙ୍ଗେ ଗୁଟକା ବାହାର କରି ସେଥିରେ ଜର୍ଦା ମିଶାଇ ଖାଇଥିଲେ।

ବଧୂଙ୍କ ଏହି କାମ ଦେଖି ତାଙ୍କ ସାମ୍ନାରେ ଛିଡ଼ା ହୋଇଥିବା ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବାହ ଶେଷ ହେବାପରେ ସେ ବଧୂଙ୍କ ଏଭଳି ସ୍ବଭାବ ଦେଖି ସ୍ତବ୍ଧ ହୋଇଯାଇଥ‌ିଲେ। କାହାକୁ କ’ଣ କହିବେ କିଛି ବୁଝି ପାରି ନଥିଲେ। କିନ୍ତୁ ବଧୂଙ୍କୁ ଏସବୁ କିଛି ଫରକ ପଡ଼ି ନଥିଲା।

ତେବେ ଏହି ଘଟଣା ବର ଦେଖିବା ପରେ କ’ଣ ଘଟିଥିଲା ବା ବରଙ୍କ ପ୍ରତିକ୍ରିୟା କ’ଣ ଥିଲା ତ‌ାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ମଜାଳିଆ ଭିଡିଓକୁ ସେୟାର କରାଯାଇଛି। ନିଶାନ୍ତ ଶର୍ମା ଏହି ଫଟୋକୁ ଦେଖି ମଜାଳିଆ ପ୍ରତିକ୍ରିୟା ଦେଇ ଟୁଇଟ କରିଛନ୍ତି।