ଭୁବନେଶ୍ବର: ଏବେ ବିଶ୍ରାମର ସମୟ। ଏପରି ଏକ ସୋସିଆଲ୍ ମିଡିଆ ପୋଷ୍ଟ୍ କରୁ କରୁ ସତରେ ବିଶ୍ରାମ ନେଇଗଲେ ମହାନ କବି ରାଜେନ୍ଦ୍ର କିଶୋର ପଣ୍ଡା। ତାଙ୍କ ମୃତ୍ୟୁ ପରେ ଏବେ ସେଇ ଗୋଟାଏ ସୋସିଆଲ୍ ମିଡିଆ ପୋଷ୍ଟ୍ ଫେସ୍ବୁକ୍ରେ ଭାଇରାଲ୍ ହୋଇ ଚାଲିଛି। ଯାହାକୁ କବି ପୋଷ୍ଟ୍ କରିଥିଲେ ଗତ ସେପ୍ଟେମ୍ବର ୯ ତାରିଖରେ। ଇଂରାଜିରେ ଲେଖାଥିବା ତାଙ୍କର ସେଇ କ୍ଷୁତ୍ର କବିତାର ସ୍କ୍ରିନ୍ସଟ୍ଟି ଘୂରି ବୁଲୁଛି ଫେସ୍ବୁକ୍ରେ।
କବି ଲେଖିଥିବା ଇଂରାଜି କବିତାର ସାରାଂଶ ହେଉଛି
ବର୍ତ୍ତମାନ ବିଶ୍ରାମର ସମୟ
ଭବିଷ୍ୟତ କିମ୍ବା ବିଗତ ଶତାବ୍ଦୀର କାମକୁ ବର୍ତ୍ତମାନ କରନ୍ତୁ।
ଆଜିର ବିଶ୍ରାମ ସମୟକୁ କମ୍ କରନ୍ତୁନି।
ଗରମ ସୂର୍ଯ୍ୟର ଆଖି ତଳେ
ଆକାଶକୁ ଉନ୍ମୁକ୍ତ,
ପଡ଼ୋଶୀ ଦ୍ବାରେ।
ଘର ଭିତରେ ରହି ଅଧା ଆଖି ବନ୍ଦ କରି
ନିଦ୍ରାରେ, ପରବର୍ତ୍ତୀ ଦ୍ୱାରରେ।
ତୁମେ ତୁମ କୋଠରୀରେ ରୁହ।
ଅଧିକ ପଢ଼ନ୍ତୁ: କବିଙ୍କୁ ହରାଇ ଲୁହ ଝରାଉଛି ସାହିତ୍ୟ ଜଗତ; ଦେଖନ୍ତୁ କ’ଣ ସବୁ ଲେଖିଛନ୍ତି ସାହିତ୍ୟିକ...
ଓଡ଼ିଆ କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରଥିତଯଶା କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି
ଷୋହଳଟି କବିତା ସଂକଳନ ଓ ଦୁଇଟି ଉପନ୍ୟାସର ରଚୟିତା
୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ଷୋହଳଟି କବିତା ସଂକଳନ ପ୍ରକାଶ ପାଇଛି। ସେ ଦୁଇଟି ଉପନ୍ୟାସର ବି ରଚୟିତା। ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।
death | passed-away
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/24/untitled-27-2-2025-10-24-18-19-14.jpg)