ଛିଡା ହେବା ପାଇଁ ବର ସକ୍ଷମ ନ ଥିବାରୁ ହୁଇଲ ଚେୟାରରେ ବସାଇ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଲେ କନ୍ୟା

ରାଜଗଢ଼: ବ୍ୟାବରାରେ ମଙ୍ଗଳବାର-ବୁଧବାର ରାତିରେ ହୋଇଥିବା ଏକ ବିବାହରେ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି। ବ୍ୟାବରା ନିବାସୀ ଦିଲୀପ ସକସେନାଙ୍କ ବିବାହ ବିଦିଶା ନିବାସୀ ଦିପ୍ତିଙ୍କ ସହିତ ଜୁନ୍‌ ୧୧ରେ ହୋଇଥିଲା। ବିବାହ ପୂର୍ବରୁ ଜୁନ୍‌ ୬ରେ ଦିଲୀପ କାର୍ଡ ବାଣ୍ଟିବାକୁ ଯାଇଥିଲେ। ସେହି ସମୟରେ ଖିଲଚିପୁର କ୍ଷେତ୍ରରେ ବାଇକ୍‌ ଖସିଯିବା ହେତୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଗୋଡରେ ଗମ୍ଭୀର ଆଘାତ ଲାଗିଥିବା ହେତୁ ଡାକ୍ତର ଭୋପାଳ ସ୍ଥାନାନ୍ତର କରି ଦିଆଯାଇଥିଲା। ସେ ଏବେ ଚାଲିବା ସ୍ଥିତିରେ ବି ନାହାନ୍ତି। ଏଥିପାଇଁ ଜୁନ୍‌ ୧୦ରେ ପରିବାରବର୍ଗ ଆମ୍ବୁଲାନ୍ସ ଜରିଆରେ ବିବାହ ପାଇଁ ବ୍ୟାବରା ନେଇ ଆସିଥିଲେ। ଦିଲୀପ ବିବାହର ସମସ୍ତ ରୀତିନୀତିକୁ ହୁଇଲ ଚେୟାରରେ ବସି ସମ୍ପର୍ଣ୍ଣ କରିଥିଲେ। ବରମାଳା ପାଇଁ ସାଙ୍ଗମାନେ ଦିଲୀପଙ୍କୁ ହୁଇଲ ଚେୟାରରୁ ଉଠାଇ ମଞ୍ଚ ଉପରକୁ ଆଣିଥିଲେ।

ବରମାଳା ପରେ ଦିଲୀପଙ୍କୁ ହୁଇଲ ଚେୟାରରେ ବସାଇ ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ଏଭଳି ସ୍ଥିତିରେ ବିବାହର ଅନ୍ୟ ରୀତିନୀତିକୁ ବି ଦିଲୀପ ପୂରା କରିଥିଲେ। ହୁଇଲ ଚେୟାରରେ ବସି କନ୍ୟା ବର ସହିତ ସାତଫେରେ ନେଇଥିଲେ। କନ୍ୟା ଆଗରେ ରହିବା ସମୟରେ ସାଙ୍ଗମାନେ ଦିଲୀପଙ୍କୁ ହୁଇଲ ଚେୟାରରେ ବସାଇ ବେଦୀ ଚାରିପଟେ ବୁଲାଇଥିଲେ। ସେହିପରି ବର ଆଗରେ ରହିବା ସମୟରେ କନ୍ୟା ନିଜେ ବର ହୁଇଲ ଚେୟାରକୁ ଠେଲି ବେଦୀ ଚାରିପଟେ ବୁଲାଇ ଅଗ୍ନିକୁ ସାଖୀ ରଖି ଦିଲୀପଙ୍କ ହାତ ସବୁଦିନ ପାଇଁ ଧରିଥିଲେ।

ସମ୍ବନ୍ଧିତ ଖବର