ଏବର୍ଷ ରାଖୀରେ ନିଜ ଭଉଣୀଙ୍କୁ ଉପହାର ଆକାରରେ ଦିଅନ୍ତୁ ଏହି ୫ ବିଶେଷ ଶପଥ

ସଂସାରର ସବୁଠାରୁ ସ୍ନେହପୂର୍ଣ୍ଣ ସଂପର୍କ ଯଦି କିଛି ଥାଏ ତାହା ହେଉଛି ଭାଇ-ଭଉଣୀର ସଂପର୍କ। ଏହି ସଂପର୍କର ବିଶେଷ କଥା ହେଉଛି ଏଥିରେ ସବୁ କିଛି ଲୁଚି ରହିଥାଏ। ରାଗ, ରୁଷା, କଳି, ଝଗଡ଼ା, ସ୍ନେହ, ଶ୍ରଦ୍ଧା ଓ ଦାୟିତ୍ୱବୋଦ୍ଧ। ଗୋଟାଏ ସଂପର୍କରେ ଏତେଗୁଡ଼ିଏ କଥା ଲୁଚି ରହେ ଯେଣୁ, ସେ ସଂପର୍କଟି ସେତିକି ମଧୁମୟ। ତେବେ ଆପଣ ଏକଥା ତ ନିଶ୍ଚୟ ଜାଣିଥିବେ ଯେ ସଂପର୍କର ଅନ୍ୟନାମ ପରସ୍ପରକୁ ବୁଝିବା। ଏହି ରାଖୀରେ ସବୁ ଭାଇମାନେ ନିଜ ଭଉଣୀଙ୍କୁ ଏମିତି ସବୁ ଶପଥ ଦିଅନ୍ତୁ। ଯାହାଫଳରେ ଆପଣ ଭଉଣୀ କୌଣସି ବି ପରିସ୍ଥିତିରେ ନିଜକୁ ସୁରକ୍ଷିତ ମଣିବେ।

ନିଜ ଭଉଣୀଙ୍କୁ ଶପଥ ଦିଅନ୍ତୁ ଯେ ସେ କରିବାକୁ ଯାଉଥିବା କୌଣସି ବି ଉତ୍ତମ କାର୍ଯ୍ୟରେ ତାଙ୍କୁ ବାଧା ଦେବେ ନାହିଁ। କାମ ଯେତେ ବି କଠିନ ହେଉ, ଆପଣଙ୍କ ପ୍ରୋତ୍ସାହନା ତାଙ୍କୁ ପାହାଡ଼ ଚଢ଼ିବା ପାଇଁ ବି ବଳ ଯୋଗାଇବ।

ଦୁନିଆ ବୁଝୁ କି ନବୁଝୁ ଆପଣ ନିଜ ଭଉଣୀର ଭାବନକୁ ସବୁବେଳେ ବୁଝିବେ ଓ ତାଙ୍କୁ ପ୍ରେରିତ କରିବେ ବୋଲି ଶପଥଟିଏ ନିଶ୍ଚୟ ଦିଅନ୍ତୁ।

ଆପଣଙ୍କ ଭଉଣୀ ଜୀନବରେ ଆସୁଥିବା କୌଣସି ବି ପ୍ରକାରର ସମସ୍ୟାକୁ ଆପଣ ଅଧା ବାଣ୍ଟି ନେବେ ବୋଲି ଭଉଣୀ ସାମ୍ନାରେ ଶପଥ ଦିଅନ୍ତୁ।

ପୁରୁଷ କୈନ୍ଦ୍ରିକ ସମାଜରେ ନାରୀଟିଏ ପରି ନୁହେଁ; ମୁକ୍ତ ଆକଶ ପକ୍ଷୀଟିଏ ପରି ଆପଣ ତାଙ୍କୁ ସମର୍ଥନ କରିବେ ବୋଲି ଶପଥ ଦିଅନ୍ତୁ। ଦେଖିବେ ତାଙ୍କ ଭିତରର ଆତ୍ମବିଶ୍ୱାସ କିପରି ବୃଦ୍ଧି ପାଇବ।

ପ୍ରତ୍ୟେକ ଭଲ ମନ୍ଦ ପରିସ୍ଥିତିରେ ଆପଣ ତାଙ୍କ ସାଥିରେ ରହିବେ। ତାଙ୍କୁ ସମର୍ଥନ କରିବେ। ତାଙ୍କୁ ସୁରକ୍ଷା ଦେବେ ବୋଲି ଶପଥ ଦିଅନ୍ତୁ।

ସମ୍ବନ୍ଧିତ ଖବର