କାହା ରଥରେ ବସି ଭଗବାନ ଶ୍ରୀରାମ ଯୁଦ୍ଧ କରିଥିଲେ?

ରାମାୟଣ ହେଉଛି ଏପରି ଏକ ଗ୍ରନ୍ଥ,ଯେଉଁ ଗ୍ରନ୍ଥ ବିଷୟରେ କି ସମସ୍ତେ ତେଣିକି ସେ ଛୋଟ ହୁଅନ୍ତି କି ବଡ଼ ଏହା ବିଷୟରେ କିଛି ନା କିଛି ଜାଣିଥିବେ ନିଶ୍ଚୟ।ତଥାପି ମଧ୍ୟ ରାମାୟଣ ସହିତ ଜଡ଼ିତ ଥିବା ପ୍ରତ୍ୟକଟି କଥା ବିଷୟରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତମାନେ ଜାଣିବାକୁ ଇଛା ପ୍ରକାଶ କରିଥା’ନ୍ତି। ତେବେ ଆଜି ଆମେ ଏହି ରାମାୟଣ ସହିତ ଜଡ଼ିତ ଥିବା ଏମିତି ଏକ ରହସ୍ୟ ବିଷୟରେ ଜଣାଇବୁ ,ଯାହା ଆପଣମାନେଏପର୍ଯ୍ୟନ୍ତ ଜାଣିନ ଥିବେ କି ଶୁଣିନ ଥିବେ।ଆଉ ସେ କଥାଟି ହେଉଛି ଭଗବାନ ଶ୍ରୀରାମଚନ୍ଦ୍ର କେଉଁ ରଥରେ ଚଢ଼ି ଯୁଦ୍ଧ କରିବାରୁ ଲଙ୍କାପତି ରାବଣକୁ ପରାଜୟ କରିଥିଲେ ଓ ରାବଣର ବଧ ହୋଇଥିଲା ।
ଆସନ୍ତୁ ଜାଣିବା ଏହି ବୃତ୍ତାନ୍ତ..

ରାମାୟଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ,ଯେତେବେଳେ ଭଗବାନ ରାମଚନ୍ଦ୍ର ଓ ଲଙ୍କେଶ ରାବଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା,ସେହି ସମୟରେ ଭଗବାନ ଇନ୍ଦ୍ର ଶ୍ରୀରାମଙ୍କୁ ନିଜର ରଥ ପ୍ରଦାନ କରିଥିଲେ, ଯାହାକି ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ବିଜୟ କରାଇବା ସହିତ ରାବଣର ବଧ ହୋଇଥିଲା।ଅର୍ଥାତ୍‌ ଯେତେବେଳେ ଲଙ୍କେଶ ରାବଣ ଏବଂ ଭଗବାନ ଶ୍ରୀରାମ ମଧ୍ୟରେ ଯୁଦ୍ଧ ଚାଲୁଥିଲା,ସେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପକ୍ଷରୁ ଯାଇଥିବା ସେନାମାନେ ରାବଣ ପକ୍ଷର ସେନାମାନଙ୍କୁ ନାଶ କରିଥିଲେ।ନିଜ ପକ୍ଷରୁ ଯାଇଥିବା ସେନାଙ୍କୁ ବଧ ହେବାର ଦେଖି ଲଙ୍କାପତି ରାବଣ ନିଜେ ହିଁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ସହିତ ସନ୍ଧି କରିବାକୁ ଯୁଦ୍ଧଭୂମିକୁ ଓହ୍ଲାଇ ଆସିଲେ ।

photo-knowledgematerial.files_.wordpress.com

ହେଲେ ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ଭଗବାନ ଶ୍ରୀରାମ ଭୂମି ଉପରେ ଛିଡ଼ାହୋଇ ଯୁଦ୍ଧ କରିବାକୁ ଲାଗିଲେ ତ ସେହି ସମୟରେ ଲଙ୍କାପତି ରାବଣ ରଥ ଉପରେ ଛିଡ଼ା ହୋଇ ଯୁଦ୍ଧ କରୁଥଲେ, ଯାହା ଦେଖି ଭଗବାନ ଇନ୍ଦ୍ରଦେବ ନିଜର ଦିବ୍ୟ ରଥ ଓ ସାରଥୀ ମାତାଳିଙ୍କୁ ଭଗବାନ ରାମଚନ୍ଦ୍ରଙ୍କୁ ପ୍ରଦାନ କରିଲେ।ଏହାପରେ ଭଗବାନ ଶ୍ରୀରାମଚନ୍ଦ୍ର ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ପଠାଯାଇଥିବା ରଥ ଉପରେ ଚଢ଼ି ରାବଣ ସହିତ ଯୁଦ୍ଧ କରିଲେ।ଏହି ରଥ ଉପରେ ଚଢ଼ିଲାପରେ ଭଗବାନ ଶ୍ରୀରାମ ଏବଂ ରାବଣଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ଓ ଶେଷରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ରାବଣର ବଧ ହୋଇଥିଲା।

ସମ୍ବନ୍ଧିତ ଖବର