ରାମୟାଣର କଥା ଉଠିଲେ ପ୍ରଥମେ ଆଖିକୁ ଆସନ୍ତି ତିନି ମୂର୍ତ୍ତି ରାମ, ଲକ୍ଷ୍ମଣ ଓ ସୀତା। ରାମଚନ୍ଦ୍ର ବନବାସ ବାହାରିବା ବେଳେ ଘରୁ ଜିଦ୍‌ କରି ତାଙ୍କ ସହ ବାହାରିଥିଲେ ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣ। ଏପରିକି ରାମଚନ୍ଦ୍ରଙ୍କୁ ଜଗିବା ପାଇଁ ଲକ୍ଷ୍ମଣ ବନରେ ୧୪ ବର୍ଷ ଅନିଦ୍ରା ରହିଥିଲେ ବୋଲି ମଧ୍ୟ କଥା ରହିଛି। କେବଳ ଭାଇ କାହିଁକି, ଭାଉଜ ସୀତାଙ୍କୁ ମଧ୍ୟ ଖୁବ୍‌ ସମ୍ମାନ କରନ୍ତି ଲକ୍ଷ୍ମଣ। ସୀତାଙ୍କୁ ସେ ନିଜ ମାଆ ଦୃଷ୍ଟିରେ ଦେଖୁଥିଲେ।

Advertisment

publive-image

କପଟୀ ରାବଣ ଆସି କେଉଁ ଭଳି ଭାବେ ପୁଷ୍ପକ ବିମାନରେ ସୀତାଙ୍କୁ ନେଇଥିଲେ ତାହା ତ ଆପଣ ଜାଣିଥିବେ। ଦେବୀ ସୀତା କିଛି ଉପାୟ ନପାଇ ନିଜର ଅଳଙ୍କାରରୁ ଗୋଟାଏ ଗୋଟାଏ ଖୋଲି ଫିଙ୍ଗିବାରେ ଲାଗିଲେ। ଅଳଙ୍କାର ଚିହ୍ନି ରାମ, ଲକ୍ଷ୍ମଣ ସେ ଯାଇଥିବା ବାଟ ପାଇଯିବେ ଏବଂ ତାଙ୍କ ନିକଟରେ ସହଜରେ ପହଞ୍ଚି ପାରିବେ। ଏହା ଭାବି ସେ କିଛି ବାଟ ଅନ୍ତରରେ ନିଜ ଦେହରୁ ଗୋଟାଏ ଲେଖାଏ ଅଳଙ୍କାର କାଢ଼ି ବାଟ ଜଣାଇବା ଉଦେଶ୍ୟରେ ଉପରୁ ଫିଙ୍ଗି ଚାଲିଲେ।

publive-image

କିଛି ସମୟ ପରେ ଯେତେବେଳେ ରାମ, ଲକ୍ଷ୍ମଣ ତମ୍ବୁକୁ ଫେରିଲେ ଦେଖିବାକୁ ପାଇଲେ ସେଠାରେ ଜାନକୀ ନାହାନ୍ତି। ଦୁଇ ଭାଇ ବିବ୍ରତ ହୋଇ ଖୋଜିବାରେ ଲାଗିଲେ ସୀତାଙ୍କୁ। କିଛି ସମୟ ପରେ ରାମ କିଛି ବାଟ ଅନ୍ତରରେ ଗୋଟାଏ ଲେଖାଏ ଅଳଙ୍କାର ପାଇଲେ। ଲକ୍ଷ୍ମଣଙ୍କୁ ପଚାରିଲେ, ଦେଖିଲ ଇଏ ତୁମ ଭାଉଜଙ୍କ ଅଳଙ୍କାର କି? ଲକ୍ଷ୍ମଣ କିନ୍ତୁ କେବଳ ସୀତାଙ୍କ ପାଉଁଜିକୁ ଚିହ୍ନି ପାରିଥିଲେ। ସେ କେବେ ବି ସୀତାଙ୍କ ମୁହଁକୁ ଚାହିଁନଥିଲେ କିମ୍ବା ଶରୀରକୁ ଦେଖିନଥିଲେ। ସେ କେବଳ ସୀତାଙ୍କୁ ପ୍ରଣାମ କଲା ବେଳେ ତାଙ୍କ ପାଦ ଦେଖିଥିଲେ। ସେଥିପାଇଁ ପାଉଁଜି ଦେଖି ଜାଣିପାରିଥିଲେ ଯେ ତାହା ହିଁ ତାଙ୍କ ଭାଉଜଙ୍କ ପାଉଁଜି।