ଆପଣ ରାମାୟଣ ପଢ଼ିଥିଲେ ଦଶରଥଙ୍କ ମଧ୍ୟମ ରାଣୀ କୈକୟୀଙ୍କ ବିଷୟରେ ତ ନିଶ୍ଚୟ ଜାଣିଥିବେ। ଏକଦା ଦଶରଥଙ୍କ ଦେହ ଖରାପ ହୋଇଥାଏ। କେହି ବି ବୈଦ୍ୟ ରାଜାଙ୍କୁ ଭଲ କରିପାରୁନଥିଲେ। କୈକେୟୀ ମନ ଦେଇ ରାଜାଙ୍କ ସେବା କରି ଦଶରଥଙ୍କୁ ସୁସ୍ଥ କଲେ। ଦଶରଥ ଖୁସି ହୋଇ କୈକେୟୀଙ୍କୁ ଏକ ବଚନ ମାଗିବାକୁ କହିଲେ। କୈକେୟୀ ଆବଶ୍ୟକ ପଡ଼ିଲେ ମାଗିନେବେ ବୋଲି କହିଥିଲେ। ରାମ ରାଜା ହେବେ ବୋଲି ଅଯୋଧ୍ୟାରେ ହସ କୌତୂହଳ ଲାଗି ରହିଥାଏ। ଠିକ୍‌ ସେହି ସମୟରେ କୈକୟୀ ଦଶରଥଙ୍କୁ ତାଙ୍କର ବାକିଥିବା ବଚନ ମାଗି ବସିଲେ। ଆଯୋଧ୍ୟାର ରାଜା ରାମ ନୁହେଁ ମୋ ପୁତ୍ର ଭରତ ହେବ ବୋଲି କୈକେୟୀ ମାଗିବା ପରେ ଚାରିଆଡ଼େ ଶୋକ ଖେଳିଗଲା। ଦୁନିଆ ଆଖିରେ କୈକେୟୀ ପାଲଟି ଗଲେ ଜଣେ ନିନ୍ଦନୀୟ ମାଆ।

Advertisment

publive-image

ମାତ୍ର ବାସ୍ତବ କଥା ହେଉଛି ରାମଙ୍କ ନିଜ ମାଆ କୌଶଲ୍ୟାଙ୍କ ପରି କୈକେୟୀ ମଧ୍ୟ ରାମଚନ୍ଦ୍ରଙ୍କୁ ଖୁବ୍‌ ଶ୍ରଦ୍ଧା କରନ୍ତି। ରାମଚନ୍ଦ୍ର ରାଜା ହେବେ ଶୁଣି କୈକେୟୀ ଖୁସିରେ ବିହୋଳ ହୋଇ ଟିକେ ବଗିଚା ଆଡ଼େ ବୁଲିବାକୁ ଚାଲିଗଲେ। ବଗିଚାରେ ଥିବା ଏକ ଗଛ ଉପରେ ବସିଥିଲେ ଦୁଇଟି ଶୁକ ପକ୍ଷୀ। ସେ ପରସ୍ପର ସହ କଥା ହେବାର କୈକେୟୀ ଶୁଣିବାକୁ ପାଇଲେ। ସେମାନେ କଥା ହେଉଥିଲେ ଯେ ଦଶରଥଙ୍କ ପରେ ଏହି ୧୪ ବର୍ଷ ମଧ୍ୟରେ ରାଜ ସିଂହାସନରେ ଯିଏ ବସିବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଚମକି ପଡ଼ିଲେ କୈକେୟୀ। ନିଜର ଜୈଷ୍ଠ ପୁତ୍ରକୁ ବିପଦ ଆସୁଥିବା ଜାଣି ବିବ୍ରତ ହୋଇ ଉଠିଲେ। କ’ଣ କରିବେ କିଛି ଜାଣିପାରିଲେ ନାହିଁ। ତା’ପରେ ତାଙ୍କର ଦଶରଥଙ୍କ ବଚନ କଥା ମନେ ପଡ଼ିଲା। ସେ ଜାଣିଥିଲେ ଭରତ କେବେ ବି ରାମଙ୍କ ଅନୁପସ୍ଥିତରେ ସିଂହାସନରେ ବସିବେ ନାହିଁ। ତେଣୁ ଭରତଙ୍କ ଜୀବନ ସୁରକ୍ଷିତ। ରାମଙ୍କୁ ବଞ୍ଚାଇବା ପାଇଁ ତାହା ହିଁ ଥିଲା ଏକ ମାତ୍ର ଉପାୟ। ଦୁନିଆ ଆଖିରେ ଖରାପ ହୋଇ, ଅପବାଦର ବୋଝ ନେଇ ଏମିତି ପୁତ୍ର ରାମଙ୍କୁ ବିପଦମୁକ୍ତ କରିପାରିଥିଲେ ମାଆ କୈକେୟୀ।