ମେରଠ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ବିଜେପି ପକ୍ଷରୁ ମେରଠରୁ ଲଢ଼ିବେ ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅରୁଣ ଗୋଭିଲ। ସେ ଗତ ୨ ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରି ଦେଇଛନ୍ତି। ଅରୁଣ କୋଟି କୋଟି ଟଙ୍କାର ମାଲିକ। ସେ ସେୟାର୍ ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡ ଓ ରିୟଲ୍ ଇଷ୍ଟେଟ୍ରେ ଅନେକ ଟଙ୍କା ନିବେଶ କରିଛନ୍ତି।
ଯଦି ତାଙ୍କ ବିଷୟରେ କଥା ହେବା ତ ସେ ଖୁବ୍ ବିଳାସମୟ ଜୀବନଜାପନ କରନ୍ତି। ତାଙ୍କ ନିକଟରେ ୬୨.୯୯ ଲକ୍ଷ ଟଙ୍କାର ମର୍ସିଡିଜ୍ କାର୍ ଅଛି। ଯାହାକୁ ସେ ୨୦୨୨ ମସିହା ଜୁନ୍ ମାସରେ କିଣିଥିଲେ। ତାଙ୍କ ନିକଟରେ ସମୁଦାୟ ୩.୧୯ କୋଟି ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେହିପରି ତାଙ୍କ ପତ୍ନୀ ଶ୍ରୀଲେଖା ଗୋଭିଲଙ୍କ ନିକଟରେ ୨.୭୬ କୋଟି ଟଙ୍କାର ସ୍ଥାବର ସଂପତ୍ତି ଅଛି।
ଅରୁଣ ପୁଣେରେ ୪୫ ଲକ୍ଷ ଟଙ୍କାରେ ଏକ ଫ୍ଲାଟ୍ କିଣିଥିଲେ। ଯାହାର ମୂଲ୍ୟ ଆଜି ୪.୨୫ କୋଟି ଟଙ୍କାରୁ ଅଧିକ ହୋଇସାରିଛି। ଯଦି ଅସ୍ଥାବର ସଂପତ୍ତିର କଥା କହିବା ତ ଅରୁଣଙ୍କ ନିକଟରେ ୫.୬୭ କୋଟିର ସଂପତ୍ତି ରହିଛି। ସେହିପରି ଶ୍ରୀଲେଖାଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୨.୮୦ କୋଟି ଟଙ୍କାରୁ ଅଧିକ।
ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ରହୁଥିବା ଅରୁଣଙ୍କ ମୁଣ୍ଡରେ ୧୪.୬୪ ଲକ୍ଷ ଟଙ୍କାରୁ ଅଧିକ କରଜ ବି ରହିଛି। ଅରୁଣଙ୍କ ନିକଟରେ ୩.୭୫ ଲକ୍ଷର ନଗଦ ଟଙ୍କା ରହିଥିବା ବେଳେ ପତ୍ନୀଙ୍କ ନିକଟରେ ୪.୦୭ ଲକ୍ଷ ଟଙ୍କାରୁ ଅଧିକ ରହିଛି। ଅରୁଣଙ୍କ ବ୍ୟାଙ୍କ ଖାତାରେ ୧.୦୩ କୋଟି ଟଙ୍କାରୁ ଅଧିକ ରହିଥିବା ବେଳେ ସୁଲେଖାଙ୍କ ବ୍ୟାଙ୍କ୍ ଖାତାରେ ୮୦.୪୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରହିଛି।
ଏହାକୁ ବାଦ୍ଦେଲେ ଅରୁଣ ନିକଟରେ ୨୨୦ ଗ୍ରାମ୍ର ସୁନା ଥିବା ବେଳେ ସୁଲେଖାଙ୍କ ନିକଟରେ ୬୦୦ ଗ୍ରାମ୍ରୁ ଅଧିକ ସୁନା ରହିଛି। ଯେପରି ଅରୁଣଙ୍କ ନାମରେ ଏକ ଫ୍ଲାଟ ରହିଛି ସେହିପତି ପତ୍ନୀଙ୍କ ନାମରେ ଅନ୍ଧେରୀରେ ଏକ ଫ୍ଲାଟ୍ ରହିଛି।