ରାମାୟଣ ବିଷୟରେ ସମସ୍ତେ ତେଣିକି ସେ ଛୋଟ ହୁଅନ୍ତି କି ବଡ଼ ହୁଅନ୍ତୁ କିଛି ନା କିଛି ଜାଣିଥିବେ ନିଶ୍ଚୟ।ଏହା ସତ୍ତ୍ୱେ ରାମାୟଣ ସହିତ ଜଡ଼ିତ ଥିବା ପ୍ରତ୍ୟେକଟି କଥା ବିଷୟରେ ଜାଣିବାକୁ ସମସ୍ତଙ୍କର ଇଛା ଥାଏ। ତେବେ ଆଜି ଆମେ ଏହି ରାମାୟଣ ସହିତ ଜଡ଼ିତ ଥିବା ଏମିତି ଏକ ରହସ୍ୟ ବିଷୟରେ ଜଣାଇବୁ ,ଯାହା ଆପଣମାନେ ଏପର୍ଯ୍ୟନ୍ତ ଜାଣି ନଥିବେ ।ଆଉ ସେ କଥାଟି ହେଉଛି ଦେବତାମାନଙ୍କର ଛଳନା ପାଇଁ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ଲାଗି ବନବାସ ଯାତ୍ରା କରିଥିଲେ।
ତେବେ ଏହି କଥାଟି ହେଉଛି ସେହି ସମୟର ଯେଉଁ ସମୟରେ କି ଲଙ୍କାପତି ରାବଣ ।ଏବଂ ଅନେକ ରାକ୍ଷସଙ୍କୁ ବଧ କରିବାକୁ ଯାଇ ଭଗବାନ ବିଷ୍ଣୁ ପ୍ରଭୁ ରାମଚନ୍ଦ୍ରଙ୍କ ରୂପରେ ଅଯୋଧ୍ୟା ପ୍ରଦେଶର ନରେଶ ଦଶରଥ ଓ ମହାରାଣୀ କୌଶଲ୍ୟାଙ୍କର ଔରସରୁ ଜ୍ୟେଷ୍ଠ ପୁତ୍ର ରୂପେ ଜନ୍ମ ନେଇଥିଲେ। ଏହାପରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବଡ଼ ହେଲେ,ସେତେବେଳେ ତାଙ୍କ ପାଇଁ ରାଜ୍ୟାଭିଷେକର ପ୍ରସ୍ତୁତି ହେଲା। ହେଲେ ଭଗବାନ ରାମଚନ୍ଦ୍ର ରାଜା ପଦବୀରେ ବସିବା ପୂର୍ବରୁ ହିଁ ପିତାଙ୍କ ଆଦେଶରେ ୧୪ ବର୍ଷର ବନବାସରେ ଯାତ୍ରା କରିଥିଲେ।କାହିଁକିନା ଯଦି ସେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ରାଜା ପଦରେ ଅଭିଷେକ ହୋଇଯାଇଥା’ନ୍ତେ ,ତେବେ ତାଙ୍କ ଜନ୍ମ ପଛରେ ରହିଥିବା ମୁଖ୍ୟ ଉଦ୍ଦେଶ୍ୟ ଯେଉଁଠାରେ ଥିଲା ସେଇଠି ହିଁ ରହି ଯାଇଥା’ନ୍ତ। ଏହାକୁ ନେଇ ସମସ୍ତ ଦେବତାଗଣ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହେଉଥିବା ସମୟରେ ଚିନ୍ତିତ ହେବାକୁ ଲାଗିଲେ ଓ ଏହାର ସମାଧାନ ଲାଗି ମାତା ସରସ୍ୱତୀଙ୍କ ଶରଣାପନ୍ନ ହେଲେ ।

Advertisment

publive-image photo-santabanta.com

ଏହାପରେ ସମସ୍ତ ଦେବଗଣ ମାତା ସରସ୍ୱତୀଙ୍କୁ ରାଜା ଦଶରଥଙ୍କ ଦ୍ୱିତୀୟ ପତ୍ନୀ ରାଣୀ କୈକେୟୀଙ୍କର ଦାସୀ ମନ୍ଥରାଙ୍କ କଣ୍ଠରେ ବସିବାକୁ ପ୍ରାର୍ଥନା କରିଲେ।ଏହାପରେ ମାତା ସରସ୍ୱତୀ ଏବଂ ଦେବତାଙ୍କ ଛଳନା ଯୋଗୁଁ ଦାସୀ ମନ୍ଥରାର କଣ୍ଠରେ ବିଜେ କରିବା ସହିତ ରାଣୀ କୈକେୟୀଙ୍କ ଦ୍ୱାରା ରାମ ୧୪ ବର୍ଷ ବନବାସ ଯିବେ ଓ ଭରତ ରାଜା ହେବାର ବର ମାଗିଲେ, ଯାହାର ଫଳସ୍ୱରୂପ ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ୧୪ ବର୍ଷର ବନବାସ ଯିବାକୁ ପଡ଼ିଲା।