ନୂଆଦିଲ୍ଲୀ: ସାଧାରଣତଃ ଦେଖିବାକୁ ମିଳିଥାଏ କି ରାଜନେତାଙ୍କ ପୁଅ/ଝିଅ ରାଜନୀତିରେ ହିଁ କ୍ୟାରିୟର ଗଢ଼ିବାର। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ହରିଦ୍ୱାରର ସାଂସଦ ଡା.ପୋଖରିୟାଲ ନିଶଙ୍କର ଝିଅ ଶ୍ରେୟାସି ନିଶ କିଛି ଅଲଗା କରି ଦେଖାଇଛନ୍ତି। ସେ ଲକ୍ଷାଧିକ ଟଙ୍କାର ଚାକିରି ଛାଡି ସେନାରେ ଯୋଗ ଦେଇଛନ୍ତି।
ଦୁନର ସ୍କଲାର୍ସ ହୋମ ସିନିୟର ସେକେଣ୍ଡାରୀ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଶ୍ରେୟସି ନିଶଙ୍କ ହିମାଳୟନ ମେଡିକାଲ କଲେଜ ଜୋଲିଗ୍ରାଂଟରୁ ଏମବିବିଏସର ପାଠପଢା ଶେଷ କରିଥିଲେ। ଏହାପରେ ତାଙ୍କୁ ବିଦେଶରେ ଏକ ନାମୀ କମ୍ପାନିରେ ଚାକିରି ମିଳିଥିଲା । ଯେଉଁଠି ତାଙ୍କୁ ମାସକୁ ଲକ୍ଷାଧିକ ଟଙ୍କାର ଦରମା ମିଳୁଥିଲା। ହେଲେ ଏସବୁ ଲୋଭରେ ସେ ବାନ୍ଧି ହୋଇ ନଥିଲେ। ସେନାରେ ରହି ଦେଶସେବା କରିବା ପ୍ରତି ଶ୍ରେୟସିଙ୍କ ପିଲାଟି ବେଳୁ ଇଚ୍ଛା ଥିଲା। ଆଉ ପିଲାଟି ଦିନର ଏହି ସ୍ୱପ୍ନକୁ ପୁରା କରି ଶ୍ରେୟସି ଭାରତୀୟ ସେନାର ମେଡିକାଲ କୋରରେ ଜଏନ କରିଛନ୍ତି ।
ଟୁଇଟର ଆକାଉଣ୍ଟରେ ପୋଖରିୟାଲ ଲେଖିଥିଲେ, ଝିଅ ସେନାରେ ଭର୍ତ୍ତି ହୋଇ ଦେଶସେବା କରିବ। ମୋର ଇଚ୍ଛା ଥିଲା ଆମ ପରିବାରରୁ କେହିଁ ଜଣେ ସେନାରେ ରହୁ ବୋଲି । ଆଉ ମୋର ଏହି ଇଚ୍ଛାକୁ ପୂରଣ କରି ଦେଖାଇଛି ମୋର ଝିଅ । ଶ୍ରେୟସି ପିଲାଟି ଦିନରୁ ହିଁ ସେନାର ଭର୍ତ୍ତି ହୋଇ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲା । ଯାହାକୁ ଆଜି ସେ ସଫଳ କରିଦେଖାଇଛି । ବିଧିବଦ୍ଧ ଭାବେ ସେନାରେ ଆର୍ମି ମେଡିକାଲ ସର୍ଭିସେଜର ଏମ୍ଓବିସି ୨୨୪ କୋର୍ସକୁ ସଫଳତା ସହ ଶେଷ କରିଛି। ଶ୍ରେୟସିଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ଉତ୍ତାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ରମେଶ ପୋଖରିୟାଲ।
मित्रों आज का दिन मेरे लिए अत्यंत गौरवशाली है क्योंकि आज बेटी श्रेयशी निशंक ने विधिवत सेना में आर्मी मेडिकल सर्विसेज के MOBC 224 कोर्स को सफलता पूर्वक पूरा कर लिया है । उत्तराखण्ड वीर भूमि रही है, जहां हर परिवार से औसतन एक व्यक्ति सेना में भर्ती होकर देश की रक्षा करता है । pic.twitter.com/PjbOngqdft
— Dr.Ramesh Pokhriyal (@DrRPNishank) December 22, 2018