ନୂଆଦିଲ୍ଲୀ: ଗୁରୁବାର ଅକ୍ଟୋବର ୩୧ ଦୀପାବଳିର ପର୍ବ ଦେଶରେ ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରାଯାଉଛି। ସମଗ୍ର ଦେଶ ପ୍ରଦୀପ ଆଲୋକରେ ଆଲୋକିତ ହୋଇଛି। ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ରାମଲଲ୍ଲାଙ୍କ ଏହା ହେଉଛି ପ୍ରଥମ ଦିପାବଳୀ।
ଏଥିପାଇଁ ରାମ ମନ୍ଦିରକୁ ଅତି ସୁନ୍ଦର ଭାବରେ ସଜାଯାଇଛି । ଭଗବାନ ରାମଙ୍କ ଭଜନ ଚାରିଆଡେ ଶୁଣିବାକୁ ମିଳୁଛି। ଲୋକମାନେ ପ୍ରଭୁ ରାମଙ୍କୁ ସ୍ୱାଗତ କରିବା ପାଇଁ ନିଜ ଘରକୁ ସଜାଉଛନ୍ତି । ପ୍ରଭୁ ରାମଙ୍କୁ ଦୀପ ଜାଳି ସ୍ୱାଗତ କରାଯାଉଛି । ଏହି କ୍ରମରେ ରାମମନ୍ଦିରରୁ ଅତି ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବାଳକ ରାମଲଲ୍ଲାଙ୍କ ପରି ପୋଷାକ ପିନ୍ଧି ଠିଆ ହୋଇଛନ୍ତି। ପିଲାଟି ରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ରାମଲଲ୍ଲାଙ୍କ ମୂର୍ତ୍ତି ପରି ଅବିକଳ ସଜେଇ ହୋଇଛି।
ପିଲାଟିର ରାମଲଲ୍ଲା ବେଶକୁ ଦେଖି ପ୍ରେମାନନ୍ଦ ଜୀ ମହାରାଜ ନିଜକୁ ଅଟକାଇ ପାରି ନଥିଲେ। କିଛି ସମୟ ପିଲାଟି ନିକଟରେ ଅଟକି ଯାଇ ଭଗବାନଙ୍କ ବେଶରେ ସଜେଇ ହୋଇଥିବା ପିଲାଟିକୁ ପ୍ରଣାମ ଜଣାଇ କହିଥିଲେ, ‘ପ୍ରଣାମ ପ୍ରଭୁ…’।
ପ୍ରେମାନନ୍ଦ ଜୀ ମହାରାଜଙ୍କ ସହ ଆସିଥିବା ତାଙ୍କ ଶିଷ୍ୟମାନେ ମଧ୍ୟ ପ୍ରଭୁ ରାମଙ୍କ ଶିଶୁ ରୂପକୁ ପ୍ରଣାମ ଜଣାଇଥିଲେ।